17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୨ ଭାରତୀୟଙ୍କୁ ହତ୍ୟା, ଜଣକୁ ଅପହରଣ କଲେ ଆତଙ୍କବାଦୀ

୨ ଭାରତୀୟଙ୍କୁ ହତ୍ୟା, ଜଣକୁ ଅପହରଣ କଲେ ଆତଙ୍କବାଦୀ

ନିଆମେ: ନାଇଜରର ଡୋସୋ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଜଣ ଭାରତୀୟଙ୍କୁ ହତ୍ୟା କରିବା ସହ ଅନ୍ୟ ଜଣକୁ ଅପହରଣ କରିନେଇଥିବା ସେଠାକାର ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୫ ତାରିଖରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରାଜଧାନୀ ନିଆମେଠାରୁ ୧୩୦ କି.ମି. ଦୂର ଡୋସୋ ଅଞ୍ଚଳରେ ଏକ ନିର୍ମାଣସ୍ଥଳକୁ ଜଗିଥିବା ସେନା ଉପରେ ଅଜଣା ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ଏକ ରିପୋର୍ଟ ପ୍ରକାଶ ପାଇଛି। ମୃତଦେହ ସ୍ବଦେଶ ପଠାଇବା ଏବଂ ଅପହୃତ ବ୍ୟକ୍ତିଙ୍କ ସୁରକ୍ଷିତ ମୁକ୍ତି ପାଇଁ ଭାରତୀୟ ମିଶନ ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଛି। ଏହି ପଶ୍ଚିମ ଆଫ୍ରିକୀୟ ଦେଶରେ ରହିଥିବା ଭାରତୀୟମାନଙ୍କୁ ସତର୍କ ରହିବା ନିମନ୍ତେ ମିଶନ ପରାମର୍ଶ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking