17.1 C
Bhubaneswar
Tuesday, February 3, 2026
Homeଅପରାଧପୁଲିସ ପଞ୍ଝାରେ ୨ ବନ୍ଧୁକ ବେପାରୀ

ପୁଲିସ ପଞ୍ଝାରେ ୨ ବନ୍ଧୁକ ବେପାରୀ

-କାରବାଇନ୍ ସହ ୫ ମାଉଜର ଜବତ
-ଗ୍ରାହକ ସାଜି ଡିଲ୍ କରିଥିଲା ପୁଲିସ୍‌
-ବିହାର ଲମ୍ବିଛି ଲିଙ୍କ୍‌

ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡ଼ି ବସିଲା କମିଶନରେଟ ପୁଲିସ। ପୁଲିସ କବଜାରେ ୨ ବନ୍ଧୁକ ବେପାରୀ। ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଧରାପଡ଼ିଲେ ୨ ଆନ୍ତଃରାଜ୍ୟ ଅପରାଧୀ। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ କାରବାଇନ୍ ସମତ ୫ଟି ବନ୍ଧୁକ ଓ ଗୁଳି ଜବତ କରାଯାଇଛି। କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ(ଏସ୍‌ସିୟୁ) ଏକ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ସିଣ୍ଡିକେଟର ପର୍ଦ୍ଦାଫାଶ୍ କରିଛି। ବିହାରର ଦୁଇ ଜଣ ବେପାରୀ ଭୁବନେଶ୍ୱରକୁ ବନ୍ଧୁକ ବିକିବା ପାଇଁ ଆସିଥିବା ବେଳେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗ୍ରାହକ ବେଶରେ ମାଡ଼ି ବସିଛି। ସେମାନଙ୍କ ନିକଟରୁ ଗୋଟିଏ କାରବାଇନ୍‌, ୫ଟି ମାଉଜର, ୯ଟି ଜୀବନ୍ତ ଗୁଳି ସମେତ ୨ଟି ମୋବାଇଲ୍ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଖଗାରିଆ ଜିଲ୍ଲାର ଦିବ୍ୟାଂଶୁ କୁମାର ଓ ଚନ୍ଦନ କୁମାର। ସୂଚନା ଥାଉକି, କଳାବଜାରୀ ମୂଲ୍ୟ ଅନୁସାରେ ଗୋଟିଏ କାରବାଇନ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ। କିନ୍ତୁ ଡିସିପି (ଏସସିୟୁ) ଅନୁପ କାନୁନଗୋ ନିଜେ ବନ୍ଧୁକ ବେପାରୀକୁ ଫୋନ କରିଥିଲେ। ଗୋଟିଏ କାରବାଇନ ବନ୍ଧୁକ କିଣିବା ପାଇଁ ୫ ଲକ୍ଷ ଟଙ୍କା ଦେବେ ବୋଲି ଡିଲ କରିଥିଲେ। ଏହି ପ୍ରଲୋଭନରେ ପଡ଼ି ୨ ବନ୍ଧୁକ ବେପାରୀ ଗତକାଲି ରାତିରେ ଖାରବେଳନଗର ୟୁନିଟ-୩ ଅଞ୍ଚଳକୁ ଯାଇଥିଲେ। ସେଠାରୁ ପୁଲିସ ୨ ବେପାରୀଙ୍କୁ କାବୁ କରିଥିଲା। ସେମାନେ ବିହାର ମୁଁଙ୍ଗେରରୁ ବନ୍ଧୁକ ଆଣି ବେପାର କରୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking