33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଫାୟାରିଂ ଅଭ୍ୟାସ ବେଳେ ଚାଲିଗଲା ଭାରତୀୟ ସେନାର ୨ ଅଗ୍ନିବୀରଙ୍କ ଜୀବନ

ଫାୟାରିଂ ଅଭ୍ୟାସ ବେଳେ ଚାଲିଗଲା ଭାରତୀୟ ସେନାର ୨ ଅଗ୍ନିବୀରଙ୍କ ଜୀବନ

ନାସିକ : ଫାୟାରିଂ ଅଭ୍ୟାସ ବେଳେ ଚାଲିଗଲା ଭାରତୀୟ ସେନାର ୨ ଅଗ୍ନିବୀରଙ୍କ ଜୀବନ । ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ଏକ ସେଲ୍‌ ବିସ୍ଫୋରଣ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ୨ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ମହାରାଷ୍ଟ୍ର ନାସିକର ଦେବଲାଲିସ୍ଥିତ ଆର୍ଟିଲରି ସ୍କୁଲରେ । ଭାରତୀୟ ସେନାର ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ଯେ ଅଗ୍ନିବୀରମାନଙ୍କ ଫାୟାରିଂ ଅଭ୍ୟାସ ବେଳେ ଏକ ତୋପର ସେଲ୍‌ ଫାଟିଯାଇଥିଲା । ଦୁଇ ଅଗ୍ନିବୀର ହାଇଦ୍ରାବାଦରୁ ଏଠାକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ । ଏହି ଦୁର୍ଘଟଣାର ସଠିକ୍‌ କାରଣ ଜାଣିବା ପାଇଁ ସେନା କୋର୍ଟ ଅଫ୍‌ ଇନ୍‌କ୍ୱାରୀର ଆଦେଶ ଦେଇଛି ।

ଏହି ଘଟଣା ଗୁରୁବାର ଦ୍ୱିପ୍ରହରରେ ନାସିକ୍‌ ରୋଡ୍‌ ଅଞ୍ଚଳରେ ଥିବା ଆର୍ଟିଲରି ସ୍କୁଲରେ ଘଟିଛି । ପରୀକ୍ଷଣ ସମୟରେ ତୋପରୁ ଛଡ଼ାଯାଇଥିବା ଏକ ସେଲ୍‌ ଫାଟିଯିବାରୁ ୨ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି । ମୃତ ଅଗ୍ନିବୀର ଦୁଇ ଜଣ ହେଲେ ବିଶ୍ୱରାଜ ସିଂ (୨୦) ଓ ସୈଫତ୍‌ ଶିଟ୍‌ (୨୧) । ପୋଲିସ ଅଧିକାରୀ କହିଛନ୍ତି, ଅଗ୍ନିବୀରମାନଙ୍କ ଏକ ଟିମ୍‌ ତୋପରୁ ଗୋଳା ଛାଡୁଥିଲେ । ଏହାରି ଭିତରେ ଏକ ଗୋଳା ଫାଟିଯାଇଥିଲା । ଏଥିରେ ୨ ଅଗ୍ନିବୀର ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଦେବଲାଲିର ଏମ୍‌ଏଚ୍‌ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking