31.1 C
Bhubaneswar
Tuesday, March 24, 2026
Homeଓଡିଶାବଜ୍ରପାତରେ ୨ ଚାଷୀ ମୃତ

ବଜ୍ରପାତରେ ୨ ଚାଷୀ ମୃତ

ରାଇରଙ୍ଗପୁର: ବଜ୍ରପାତରେ ୨ ଚାଷୀ ମୃତ। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ୨ଜଣ ଚାଷୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ‌ହେଲେ ରାକ୍ଷୀ ମହାନ୍ତ (୩୫) ଓ ମୋନଜ ମହାନ୍ତ (୪୫)। ସୂଚନା ଅନୁଯାୟୀ ରାଇରଙ୍ଗପୁର ବ୍ଲକ ସାନପଖନା ଗ୍ରାମପଞ୍ଚାୟତର ରାଖାସାହି ଗ୍ରାମର ଦିଲ୍ଲୀପ କୁମାର ମହାନ୍ତଙ୍କ ସ୍ତ୍ରୀ ରାକ୍ଷୀ ମହାନ୍ତ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଗଡିଗାଁ ଗ୍ରାମରେ ଥିବା ନିଜ ଚାଷ ବିଲରେ ଧାନ ରଉଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ରାକ୍ଷୀ ମହାନ୍ତ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ୍ ଥାନା ପୋଲିସ୍ ହସ୍ପିଟାଲ୍ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking