24.1 C
Bhubaneswar
Monday, March 23, 2026
Homeଓଡିଶାଫେବ୍ରୁଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ

ଫେବ୍ରୁଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଉ ମାତ୍ର ୧୮ଦିନ ପରେ ଅର୍ଥାତ ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୭ ଯାଏଁ ୨୨ ଦିନ ଚାଲି। ଚଳିତବର୍ଷ ମୋଟ୍ ୩ଲକ୍ଷ ୯୩ହଜାର ୩୨୮ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩ଲକ୍ଷ ୬୫ହଜାର ୬୩୪ ରହିଥିବା ବେଳେ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୨୭ହଜାର ୬୯୪ ଜଣ ରହିଛନ୍ତି। ଚଳିତବର୍ଷ କଳାରେ ସର୍ବାଧିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨ଲକ୍ଷ ୪୭ହଜାର ୧୭୪ ଜଣ ରହିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୩୪ଜଣ, ବାଣିଜ୍ୟରେ ୨୫ହଜାର ୫୦୧ଜଣ ଏବଂ ଧନ୍ଦାମୂଳକଶିକ୍ଷାରେ ୫ହଜାର ୭୧୯ଜଣ ରହିଛନ୍ତି।

ରାଜ୍ୟର ୨୩୦୦ଟି ଜୁନିୟର କଲେଜର ଛାତ୍ରଛାତ୍ରୀ ୧୨୭୫ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ପ୍ରଶ୍ନପତ୍ରର ସୁରକ୍ଷା ଲାଗି ୨୧୦ଟି ହବ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେହିପରି ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତୁ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଥିବା ବେଳେ ଡିସେମ୍ବରରେ ଇଣ୍ଟରନାଲ ପରୀକ୍ଷା ମଧ୍ୟ ଶେଷ ହୋଇଛି। +୨ ପରିଷଦ ପକ୍ଷରୁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ସମେତ ଷ୍ଟ୍ରଙ୍ଗ୍‌ରୁମ୍‌, ସିଏସ୍ କକ୍ଷ ଏବଂ ପ୍ରାକ୍ଟିକାଲ କକ୍ଷରେ ସିସି କ୍ୟାମେରା ଯଦି ନାହିଁ ତେବେ ଖୁବ ଶୀଘ୍ର ଏହାର ବ୍ୟବସ୍ଥା କରିବାକୁ ଚେତାବନୀ ଦିଆଯାଇଛି। ସେହିପରି ସିସି କ୍ୟାମେରାରେ ସଠିକ ତାରିଖ, ସମୟ ଏବଂ ତାର କାର୍ଯ୍ୟକ୍ଷମ ସମ୍ପର୍କରେ ଏକ ଟେକ୍ନିକାଲ ଯାଞ୍ଚ ରିପୋର୍ଟ କଲେଜ କର୍ତ୍ତୃପକ୍ଷ ପ୍ର୍ରଦାନ କରିବେ। ସିସି କ୍ୟାମେରା ଯାଞ୍ଚ ରିପୋର୍ଟ ସମେତ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ କକ୍ଷରେ ସିସି କ୍ୟାମେରା ଏଣିକି ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାବ୍ୟତୀତ ଡିଭିଆର୍‌, ଏନ୍‌ଭିଆର୍‌, କ୍ଲାଉଡ୍ ଇନ୍‌ଷ୍ଟଲ, ଇଣ୍ଟରନେଟ୍ ସଂଯୋଗ, ଷ୍ଟାଟିକ୍ ଆଇପି ଆଡ୍ରେସ୍‌, ଇନ୍‌ଷ୍ଟଲ କ୍ଲାଉଡସିରିଏଲ ନମ୍ବର ଏବଂ କ୍ୟାମେରାର ସିରିଏଲ ନମ୍ବର ଆଦି ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଅପରପକ୍ଷେ କପି ରୋକିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରରେ ସେଣ୍ଟ୍ରାଲ ସ୍କ୍ୱାର୍ଡ କରିବାକୁ ମଧ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking