ଭୁବନେଶ୍ୱର: ଦିନେ ଦୁଇ ଦିନ ଭିତରେ +୨ ପରୀକ୍ଷା ଫଳ ଆସିବ । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସରୁଛି +୩ ଆବେଦନର ଶେଷ ତାରିଖ । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆବେଦନ ମୟ ସୀମା ବୃଦ୍ଧି ନେଇ ଆଲୋଚନା ଚାଲିଛି । ସୂଚନା ଥାଉକି , ରାଜ୍ୟରେ ଚଳିତ ବର୍ଷ ମୋଟ ମୋଟ ୩ ଲକ୍ଷ ୯୩ ହଜାର୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ କଳା ବିଭାଗରେ ରେଗୁଲାର ପରୀକ୍ଷାର୍ଥୀ ୨,୩୦,୬୭୬ , ଏକ୍ସରେଗୁଲାର ପରୀକ୍ଷାର୍ଥୀ ୧୬,୭୧୪ , ସର୍ବମୋଟ ୨,୪୭, ୩୯୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏପ୍ରିଲ ୧୬ରୁ ୨ ଟି ପଯ୍ୟାୟରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।










