27.1 C
Bhubaneswar
Friday, June 6, 2025
Homeଓଡିଶାସାପ କାମୁଡାରେ ୨ ମୃତ

ସାପ କାମୁଡାରେ ୨ ମୃତ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଶୁକ୍ରବାର ଦୁଇ ଜଣଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା । ଆଜି ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ଘରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking