33.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶଭୂସ୍ଖଳନ ଯୋଗୁଁ ୨ ମୃତ

ଭୂସ୍ଖଳନ ଯୋଗୁଁ ୨ ମୃତ

କର୍ଣ୍ଣାଟକ: କର୍ଣ୍ଣାଟକରୁ ଏକ ଦୁଃଖଦ ଖବର ସମ୍ନାକୁ ଆସିଛି । ଶୁକ୍ରବାର କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଏକ ଘର ଭୁଶୁଡି ପଡିଛି । ଘର ଭୁସୁଡିବା ଫଳରେ ଚାରି ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ । ଅଗ୍ନିଶମ ବିଭାଗ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏସଡିଆରଏଫ) ଏବଂ ଜିଲ୍ଲା ଅଧିକାରୀଙ୍କ ସହ ମିଶି ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନଡିଆରଏଫ) ଏକ ମିଳିତ ଦ୍ଧାର କାର୍ଯ୍ୟ ଚଳାଇଥିଲା । ଏନଡିଆରଏଫ ଅନୁଯାୟୀ, ଜଣେ ମହିଳା ଏବଂ ଜଣେ ଛୋଟ ପୁଅକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା ଏବଂ ତୁରନ୍ତ ଡାକ୍ତରୀ ମୂଲ୍ୟାଙ୍କନ ପାଇଁ ନିଆଯାଇଥିଲା । ଅନ୍ୟ ଦୁଇଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ ଏବଂ ସେମାନଙ୍କୁ ଭଗ୍ନାବଶେଷରୁ ବାହାର କରାଯିବା ପରେ ଘଟଣାସ୍ଥଳରୁ ମୃତ ଘୋଷଣା କରାଯାଇଥିଲା ।

ଅଞ୍ଚଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା, ଯାହା ଫଳରେ ଘରର ନିର୍ମାଣଗତ କ୍ଷତି ହୋଇଥିଲା ଏବଂ ଘରର ଲୋକମାନେ ଫସି ରହିଥିଲେ। ଏହି ସମୟରେ, କର୍ଣ୍ଣାଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟ ସରକାର ଜରୁରୀକାଳୀନ ପ୍ରସ୍ତୁତିକୁ ବୃଦ୍ଧି କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏପରି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଶିବକୁମାର ପରିସ୍ଥିତି ପରିଚାଳନା ପାଇଁ ରାଜ୍ୟ ଦ୍ୱାରା ନିଆଯାଉଥିବା ସକ୍ରିୟ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଥିଲେ କହିଥିଲେ ଯେ ସମସ୍ତ ଡେପୁଟି କମିଶନରଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି, ଏବଂ ରାଜ୍ୟ ମନ୍ତ୍ରୀମାନେ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସେମାନଙ୍କ ମୁଖ୍ୟାଳୟରେ ରହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking