କଟକ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବାବେଳେ ଏହି ଅଘଟଣ ଘଟିଛି । ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ କାମ ଚାଲିଥିଲାବେଳେ ଏହି ଅଘଟଣ ଘଟିଛି । ତେବେ ଏହି ଘଟଣାରେ ଆଉ ଜଣେ ଗୁରୁତର ଥିବା ଜଣାଯାଇଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।










