17.1 C
Bhubaneswar
Tuesday, February 10, 2026
Homeଓଡିଶାପୋଖରୀରେ ବୁଡ଼ି ୨ ମୃତ

ପୋଖରୀରେ ବୁଡ଼ି ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଖରିଡାଳୀ ଗ୍ରାମର ୧୦ବର୍ଷର ଦୁଇ ଶିଶୁ କନ୍ୟା ସାଥି ହୋଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ମହିଳା ମଧ୍ୟ ବୁଡି ଯାଇଥିବା ଜଣାପଡିଛି। ଖବର ପାଇ ହିନ୍ଦୋଳ ରୋଡ଼ ଦମକଳ ବାହିନୀ ପହଞ୍ôଚ ପୋଖରୀରୁ ଏହି ମହିଳା ଓ ଜଣେ ୧୧ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି। ଆଉ ଜଣେ ୧୦ବର୍ଷର କନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର କନ୍ୟାକୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା।

ମାତ୍ର ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡିବାରୁ ତାକୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ମୃତ ମହିଳା ଜଣଙ୍କ ରାସୋଳ ଥାନା ଖରଡାଳୀ ଗ୍ରାମର ଅଳି ସେଠୀ। ଗୁରୁତର ଶିଶୁ ହେଉଛି ଅଳୀଙ୍କ ନାତୁଣୀ ୧୦ବର୍ଷର ଲିଙ୍କି ସେଠୀ। ଅପରପକ୍ଷରେ ମୃତ ଶିଶୁ ୧୦ବର୍ଷୀୟା କୃଷ୍ଣପ୍ରିୟା ବିଶ୍ୱାଳ ଉକ୍ତ ଗ୍ରାମର ମହେଶ୍ୱର ବିଶ୍ୱାଳଙ୍କ ଝିଅ ବୋଲି ଜଣାପଡିଛି। ସୂଚନା ଥାଉକି , ନିଜ ଆଇ ଅଳୀଙ୍କ ସହିତ ନାତୁଣୀ ଲିଙ୍କି ଓ ତାର ସାଥି କୃଷ୍ଣପ୍ରିୟା ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ତେବେ ମୃତା ଅଳି ଓ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏପରି ଅଘଟଣକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking