35.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଟ୍ରକ ତଳେ ଚାପି ହୋଇ ୨ ମୃତ, ୨ ଗୁରୁତର

ଟ୍ରକ ତଳେ ଚାପି ହୋଇ ୨ ମୃତ, ୨ ଗୁରୁତର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଭାଦୋହି ଜିଲ୍ଲାର ଆଉରାଇ ଥାନା ଅଞ୍ଚଳରେ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍ ଆରୋହୀ ଚାରି ଜଣ ଯୁବକଙ୍କୁ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦେଇଥିବା ସୂଚନା ଅନୁସାରେ, ଆଉରାଇ ଥାନା ଅଞ୍ଚଳର ହାଇୱେ ୧୯ରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆହତ ଯୁବକମାନଙ୍କୁୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଲକ୍ଷ୍ମଣିଆ ଗାଁର ବାସିନ୍ଦା ଶନି (୧୬), ଅଜୟ ଯାଦବ (୨୬), ଆର୍ଯ୍ୟନ (୧୮) ଏବଂ ଶିବମ (୧୭) ଗତକାଲି ରାତିରେ ମହାରାଜଗଞ୍ଜରୁ ଗୋଟିଏ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଆର୍ଯ୍ୟନ ବାଇକ୍ ଚଲାଉଥିଲେ। ଯେତେବେଳେ ସେମାନେ ବାରାଣସୀ-ପ୍ରୟାଗରାଜ ରାଜପଥର ଦକ୍ଷିଣ ଲେନରେ କୋଠାରା ନିକଟରେ ପହଞ୍ଚିଲେ, ସେତେବେଳେ ବାଇକ୍‌ଟି ହଠାତ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଗଲା। ଚାରିଜଣ ହାଇୱେ ଉପରେ ପଡ଼ିଗଲେ।

ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ଚଢ଼ି ଆଗକୁ ଚାଲିଗଲା। ଘଟଣାସ୍ଥଳେ ଶନିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଜଣଙ୍କୁ ଆଉରାଇ ଟ୍ରମା ସେଣ୍ଟରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ। ଆର୍ଯ୍ୟନ୍ ଏବଂ ଶିବମ୍ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା। ଚାରିଜଣ ଫର୍ଣ୍ଣିଚର କାରିଗର ଭାବରେ କାମ କରୁଥିଲେ। କାମ ସାରି ସେମାନେ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଟ୍ରକ୍ ଡ୍ରାଇଭରଙ୍କୁ ଖୋଜା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking