ଭୁବନେଶ୍ୱର: ଯୁବତୀଙ୍କ ମୃତଦେହ ଉଥାଉନାହାନ୍ତି ଲୋକେ ଫଳରେ ୨ ଦିନ ହେଲା ରାସ୍ତାରେ ପଡ଼ିରହିଛି ଶବ । ଅଭିଯୁକ୍ତ ଗିରଫ ନ ହେବା ଯାଏଁ , ଶବଦାହ ନ କରିବାକୁ ଲୋକଙ୍କ ଜିଦ । ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପ୍ରତାରଣା ପରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଜାତିର ଯୁବକ ସହ ଯୁବତୀର ପ୍ରେମ ସମ୍ପର୍କ ଥିବା ନେଇ ସୂଚନା ରହିଛି । ତେବେ ଯୁବକ ଜଣଙ୍କ ବିବାହ ପ୍ରତିଶୃତି ଦେଇ , ପ୍ରତାରଣା କରିଥିବା ଅଭିଯୋଗ ହୋଇଥିବା ବେଳେ , ୨ ଦିନ ହେବ ରାସ୍ତାରେ ପଡ଼ିରହିଛି ଶବ କେହି କରୁନାହାନ୍ତି ଶବଦାହ ।










