21.1 C
Bhubaneswar
Saturday, December 6, 2025
Homeଓଡିଶାଜାହାଜରୁ ଖସିପଡିଲେ ୨ କ୍ରିୟୁ ମେମ୍ବର

ଜାହାଜରୁ ଖସିପଡିଲେ ୨ କ୍ରିୟୁ ମେମ୍ବର

ପାରାଦୀପ: ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରରେ ଏକ ଜାହାଜରୁ  ଦୁଇ ଜଣ କ୍ରିୟୁ ସଦସ୍ୟ ଖସିପଡିଥିବା ସୂଚନା ମିଳିଛି ।  ଶୁକ୍ରବାର ସକାଳେ ବନ୍ଦରର  ଗେଟ ନମ୍ବର ୫ ନିକଟସ୍ଥ ପିଆଇସିଟି ବର୍ଥରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଦୁଇ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ  ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ,  ଜାହାଜଟି  ବର୍ଥରୁ  ବାହାରିବା ପରେ  ଜାହାଜ କ୍ରିୟୁ ସଦସ୍ୟମାନେ ସିଢି କାଢୁଥିଲେ ।  ସିଢି କାଢୁଥିବା ବେଳେ ଅସାବଧାନତା  ଯୋଗୁଁ କ୍ରିୟୁ ସଦସ୍ୟମାନେ ଖସି ପଡିଥିବା ସନ୍ଦେହ କରାଯାଉଛି ।   ପରେ  ତୁରନ୍ତ ଘଟଣାସ୍ଥଳରେ ସିଆଇଏସଏଫ, ମେରାଇନ ପୋଲିସ, ସ୍କୁବା ଡାଇଭର ଏବଂ ତଟରକ୍ଷୀ ବାହିନୀ ନିୟୋଜିତ ହୋଇ  ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ  ା ବହୁ ଚେଷ୍ଟା ପରେ ଜଣେ କ୍ରିୟୁ ସଦସ୍ୟଙ୍କୁ  ଉଦ୍ଧାର କରାଯାଇଥିଲା । ହେଲେ  ଅନ୍ୟ  ସଦସ୍ୟମାନେ ଏଯାଏଁ ନିଖୋଜ ଅଛନ୍ତି ।  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking