20.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ

ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ

ନୂଆଦିଲ୍ଲୀ: ନିଆଁ ପୁଉଁଥିବା ବେଳେ ଅଘଟଣ । ଉତ୍ତରପ୍ରଦେଶର ମୁରାଦାବାଦରେ ପୋଲିସ ଷ୍ଟେସନ ଅଞ୍ଚଳରେ ଗୋଟିଏ ପରିବାରକୁ ଥଣ୍ଡାରୁ ରକ୍ଷା କରିବାରେ ଏକ ସାମାନ୍ୟ ଅବହେଳା ପାଇଁ ଅଘଟଣ ଘଟିଥିଲା । କୋଠରୀରେ ଜଳୁଥିବା କୋଇଲା ଚୁଲିରୁ ନିର୍ଗତ ଗ୍ୟାସ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ପରିବାରର ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଯେତେବେଳେ ଖବର ଜାଣିଲେ ଘର ଲୋକ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ପାରିଲେ ନାହିଁ । କବାଟ ଭାଙ୍ଗି ଭିତରେ ପ୍ରବେଶ କରିବା ପରେ ସମସ୍ତଙ୍କ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଚୁଲିରୁ ଗ୍ୟାସ ବାହାରିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଏହି ଘଟଣା ଘଟିଛି । ଦୁଇ ଶିଶୁଙ୍କ ଅକାଳରେ ଜୀବନ ଯାଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking