ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରୁ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ବରଗଡ ଜିଲ୍ଲାର କେତନ ଏବଂ ସୁରଜ ଭାବରେ ଚିହ୍ନଟ କରାଯାଇଛି । ଅନ୍ୟ ଜଣେ ମୃତକଙ୍କୁ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଅଞ୍ଚଳର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ଏହି ଦୁର୍ଘଟଣାଟି ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ସୀମା ଅନ୍ତର୍ଗତ ବଲାଙ୍ଗିର-ସମ୍ବଲପୁର ରାସ୍ତାର ବୁଢିପଦର ଗାଁ ନିକଟରେ ଘଟିଛି । ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










