38.1 C
Bhubaneswar
Friday, May 9, 2025
Homeଦେଶ ବିଦେଶ୨ ବାଇକ ଧକ୍କା: ୩ମୃତ

୨ ବାଇକ ଧକ୍କା: ୩ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଇଟାୱାରେ ଶୁକ୍ରବାର ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ  ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଦୁଇ ଜଣ ଗୁରୁତର ଆହତ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ  ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ବିବାହ ଶୋଭା ଯାତ୍ରା ପାଇଁ  କିଛି ଜିନିଷ କିଣିବାକୁ ଯାଉଥିଲେ  ବିଠୌଲି ଥାନା ଅଞ୍ଚଳର ବିହାର ଗ୍ରାମର ଦୁଇଜଣ ବାସିନ୍ଦା । ସେମାନେ ବାଇକ ଯୋଗେ ହେମନ୍ତପୁର ଛକରୁ ଫେରୁଥିଲେ । ଅନ୍ୟପଟେ ଆଉ ଗୋଟିଏ ବାଇକ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି ।  ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି   ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।  ଅନ୍ୟପକ୍ଷରେ ପୋଲିସ ଏହାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking