27.1 C
Bhubaneswar
Thursday, March 19, 2026
Homeଓଡିଶାଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ

ଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ

ବ୍ରହ୍ମପୁର: ଓଡ଼ିଶାକୁ ମିଳିଛି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ। ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ।

ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଥିବା ଟ୍ରେନଟି ବ୍ରହ୍ମପୁର-ଟାଟାନଗର ପର୍ଯ୍ୟନ୍ତ ଚଳାଚଳ କରିବ। ଏଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ପାଇଁ ମା’ ବୁଢ଼ୀ ଠାକୁରାଣୀଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇଥିଲା। ଆଜ୍ଞାମାଳ ଆସିବା ପରେ ଟ୍ରେନକୁ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ଟ୍ରେନଟି ଟ୍ରାକରେ ଗଡ଼ିଥିଲା। ସେହିପରି ଅନ୍ୟ ଏକ୍ସପ୍ରେସଟି ରାଉରକେଲାରୁ ହାଓଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking