28.1 C
Bhubaneswar
Monday, February 23, 2026
Homeଓଡିଶା୨ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

୨ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ବଲାଙ୍ଗିର : ୨ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ବଲାଙ୍ଗିର ଜିଲ୍ଲା ସମ୍ବଲପୁର ଜାତୀୟ ରାଜପଥ୨୬ର ମାଧିଆପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁଇ ମୃତ ଯୁବକଙ୍କୁ ପରିଚୟ ଜଣାପଡ଼ିନାହିଁ।

ଆଜି ସକାଳେ ୨ ଯୁବକଙ୍କ ମୃତଦେହ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବରକୁ ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ନିକଟରେ ପଡ଼ିଥିବା ବାଇକ୍‌କୁ ଜବତ କରି କରିଛି। ଦୁଇ ଯୁବକ ବାଇକ୍‌ରେ ଯାଉଥିବା ବେଳେ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking