ବାଙ୍କୀ: ବେଦପୁର ଗାଁ ପାଖରେ ଜଳିଗଲା ୨ ଏକର ଜମିର ଧାନ ଫସଲ । କେହି ଦୁର୍ବୃତ୍ତ ଧାନ ଜମିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ପୋଲି ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଙ୍କି ଅଗ୍ନିଶମ ବାହିନୀର ପ୍ରୟାସରେ ନିଆଁ ଆୟତ୍ତ କରାଯାଇପାରିଥିଲା । ଅନ୍ୟପଟେ କିଏ ଓ କାହିଁକି ଏହି ନିଆଁ ଲଗାଇଛି ତଦନ୍ତ କରୁଛି ବାଙ୍କି ପୋଲିସ ।










