ଯାଜପୁର: ଯାଜପୁର ରାଡ଼ ଆଦର୍ଶ ଥାନା ଅନ୍ତର୍ଗତ ବ୍ୟାସନଗର ପୌରପରିଷଦ ର ୧୪ ନମ୍ବର ଔଡ ଚୋରଦା ଗ୍ରାମର ପଦ୍ମ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଠ।, ଶନିବାର ଦିନ ୧ ଘଟିକା ସମୟରେ ପୋଲିସର ତଦନ୍ତ ଆରମ୍ଭ l ସୂଚନା ଅନୁଯାୟୀ ପ୍ରତେକ ଦିନ ପରି ଗତକାଲି ଚାନ୍ଦମା ଗାଁର କୁନ୍ଥା ନାୟକଙ୍କ ପୁଅ ତରଣୀ ନାୟକ(୧୮) ଚୋରଦା ଗାଁ ଜନୈକ ଟେଣ୍ଟ ମାଲିକଙ୍କ ପାଖକୁ କାମ କରିବାକୁ ଆସିଥିଲେ l ମାତ୍ର ଆଉ ଘରକୁ ଫେରିନଥିଲେ l ତେବେ ଆଜି ଚୋରଦା ଗାଁର କିଛି ଗ୍ରାମବାସୀ ପଦ୍ମ ପୋଖରୀ ରାସ୍ତାରେ ଯାଉଥୁବା ବେଳେ ପୋଖରୀ ଭିତରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥୁବା ଦେଖିବାକୁ ପାଇଥିଲେ l
ଏଥିସହିତ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ l ପୋଲିସ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଡାକି ପୋଖରୀ ଭିତରରୁ ମୃତ ଯୁବକକୁ ଉଦ୍ଧାର କରି କୂଳକୁ ଆଣିଥିଲେ l ପରବର୍ତୀ ଅବସ୍ଥାରେ ମୃତ ଯୁବକ ଜଣଙ୍କ ଚାନ୍ଦମା ଗାଁର ତରଣୀ ନାୟକ ବୋଲି ଜାଣିବାକୁ ପାଇଥିଲେ l ଏଥିସହିତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ତେବେ ଉଦ୍ଧାର ମୃତ ଯୁବକକୁ ପୋଲିସ ଦାନଗଦି ଡାକ୍ତର ଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି l










