ଭୁବନେଶ୍ୱର: ପୋଲିସ ବିଭାଗରେ ନିର୍ଯାତନାର ଶିକାର ହୋଇଛନ୍ତି ୧୮ ମହିଳା । ୩ ବର୍ଷରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୧୮ ମାମଲା । ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଲାଙ୍ଗିର, ସୁନ୍ଦରଗଡ, ରାଉରକେଲା, ରାୟଗଡା, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ବୌଦ୍ଧ, ଭୁବନେଶ୍ୱର, ବାଲେଶ୍ୱରରୁ ଅଭିଯୋଗ ଆସିଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।










