କଟକ: ଆଇସକ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ । ଅଷ୍ଟପ୍ରହରୀ ବେଳେ ଆଇସକ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଛନ୍ତି । ଘୁମୁସୁର ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଆଇସକ୍ରିମ ଖାଇଥିଲେ ପିଲା । ଜଣେ ଆଇସକ୍ରିମ ବିକାଳୀଙ୍କ ଠାରୁ ଆଇସକ୍ରିମ ଖାଇ ଅସୁସ୍ଥ ହୋଇଛନ୍ତି ସମସ୍ତ ପିଲା । ଏବଂ ସମସ୍ତଙ୍କୁ ବାଙ୍କୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ବଡ କଥା ହୋଇଛି । ଆଇସକ୍ରିମ କେଉଁଠୁ ତିଆରି କରି ବିକ୍ରେତା ଜଣଙ୍କ ବିକୁଥିଲେ । କେଉଁ ପାଣି , ରଙ୍ଗ ବ୍ୟବହାର କରୁଥିଲେ । ଆଇସକ୍ରିମର ବୈଧ ତାରିଖ ଥିଲା କି ନାହିଁ ସେ ସବୁର ତନ୍ନ ତନ୍ନ କରି ଯାଞ୍ଚ କରୁଛି ଫରେନସିକ ଟିମ ।










