15.1 C
Bhubaneswar
Saturday, December 6, 2025
Homeଓଡିଶା୧୭୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

୧୭୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ଭୁବନେଶ୍ଵର: ଉନ୍ନୟନ କମିଶନରତଥା ଅତିରିକ୍ତ ମୁଖ୍ୟ ଶାସନସଚିବ, ଶ୍ରୀମତୀ ଅନୁ ଗର୍ଗ ତାଙ୍କ ଉଦଘାଟନୀ ଭାଷଣରେ ସମସ୍ତ ବ୍ୟାଙ୍କଗୁଡ଼ିକୁ ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ୨.୫୨ଲକ୍ଷ କୋଟି ଟଙ୍କାରବାର୍ଷିକ ଋଣ ଲକ୍ଷ୍ୟ ଶତପ୍ରତିଶତ ହାସଲ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ୨୦୩୬ ଆଡକୁ ଅଗ୍ରସର ହେଉଥିବାରୁ, ପର୍ଯ୍ୟାପ୍ତ ଋଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ତେଣୁ ରାଜ୍ୟର ସମସ୍ତ ଅଞ୍ଚଳରେ ମହିଳା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଦୁର୍ବଳ ବର୍ଗ ସମେତ ସମସ୍ତ ବର୍ଗକୁ ସମୟୋଚିତ ଏବଂ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ବ୍ୟାଙ୍କମାନଙ୍କୁ ସମ୍ପ୍ରତି ଆରମ୍ଭ ହୋଇଥିବା “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନାକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ, ଯାହାର ଲକ୍ଷ୍ୟ ରାଜ୍ୟର ଅମଳ ପରବର୍ତ୍ତୀ କ୍ଷତିକୁ କମ କରିବା ।

ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଭି.ଏନ୍. କାମ୍ବଲେ କୃଷି କ୍ଷେତ୍ରରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କମାନଙ୍କୁ ପ୍ରଶଂସା କରିଥିଲେ, କିନ୍ତୁସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକ୍ଷେତ୍ରରେ ACP ହାସଲ ହୋଇନଥିବାରୁ ନିଜର ଚିନ୍ତା ପ୍ରକାଶ କରିଥିଲେ। କୃଷି ଏବଂ ଆର୍ଥିକ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ନୂତନ ଭାବରେ ଆରମ୍ଭ ହୋଇଥିବା ଯୋଜନା “ଶୀତଳ ଭଣ୍ଡାରକୁ ଆର୍ଥିକ ସହାୟତା”ରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ବ୍ୟାଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ କୃଷି ଓଆନୁସଙ୍ଗିକକ୍ଷେତ୍ର ଅଧୀନରେ ଉଦ୍ୟୋଗୀତାକୁ ସମର୍ଥନ କରିବାକୁ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର PMEGP, PMFME, PMSVANidhi ଭଳି ସରକାରୀ ପ୍ରାୟୋଜିତ ଯୋଜନାରେ ଘରୋଇ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। PMJJBY ଏବଂ PMSBY ଅଧୀନରେ ବୀମା ଦାବିଗୁଡ଼ିକର ସମୟାନୁବର୍ତ୍ତୀ ସମାଧାନ ପାଇଁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ। ଆଞ୍ଚଳିକ ନିର୍ଦ୍ଦେଶକ, ଆରବିଆଇ(RBI), ଭୁବନେଶ୍ୱର, ଡକ୍ଟର ଶାରଦାପ୍ରସନ୍ନ ମହାନ୍ତି ଜିଲ୍ଲା ସ୍ତରରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସମସ୍ୟାର ସମାଧାନ ପାଇଁ “ଟାଉନ ହଲ ବୈଠକ” ଆୟୋଜନ କରିବାରେ ଅଗ୍ରଣୀ ଜିଲ୍ଲା ପରିଚାଳକ (LDM)ମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଉକ୍ତକମିଟି ବୈଠକରେ ଶ୍ରୀମତୀ ଉଷା ପାଢୀ (ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ), ଶ୍ରୀ ସୁରେଶ କୁମାର ବଶିଷ୍ଠ (ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ), ସଂଯୋଜକ (ଏସଏଲବିସି), ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, NABARAD, RBI ଏବଂ ସମସ୍ତ ବ୍ୟାଙ୍କରଆଞ୍ଚଳିକ ନିୟନ୍ତ୍ରଣ ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking