32.1 C
Bhubaneswar
Sunday, March 22, 2026
Homeଓଡିଶା୩ ବର୍ଷରେ ଜେଲରେ ଗଲାଣି ୧୭୮ ଜୀବନ: ମୁଖ୍ୟମନ୍ତ୍ରୀ

୩ ବର୍ଷରେ ଜେଲରେ ଗଲାଣି ୧୭୮ ଜୀବନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ। ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଅଛି ତଦନ୍ତ। ବିଧାନସଭା ଗୃହରେ ଲିଖତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା। ରାଜ୍ୟରେ ଥିବା ୮୫ଟି କାରାଗାର ମଧ୍ୟରୁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ଓ ନାରୀବନ୍ଦୀ ନିକେତନ, ସମ୍ବଲପୁର ବ୍ୟତୀତ ଅନ୍ୟ କାରାଗାରମାନଙ୍କରେ ବନ୍ଦୀ ରହୁଥ‌ିବା ଶୟନ କକ୍ଷରେ ଉ.ଉ. କ୍ୟାମେରା ସଂଯୁକ୍ତ କରାଯାଇଅଛି । ଏହି ବ୍ୟବସ୍ଥା ୨୦୦୮ ମସିହାରେ ପ୍ରଚଳନ ହୋଇଛି । କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଅଛି। ଏହାସହ ଏସବୁ ମୃତ୍ୟୁ ଘଟଣାର ବିଭାଗୀୟ ତଦନ୍ତ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ଦ୍ବାରା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking