23.1 C
Bhubaneswar
Monday, February 16, 2026
Homeଓଡିଶାକେନ୍ଦ୍ରାପଡ଼ା ଜିଲ୍ଲାରେ ଯୁକ୍ତଦୁଇରେ ୧୭୫୪ ପରୀକ୍ଷାର୍ଥୀ

କେନ୍ଦ୍ରାପଡ଼ା ଜିଲ୍ଲାରେ ଯୁକ୍ତଦୁଇରେ ୧୭୫୪ ପରୀକ୍ଷାର୍ଥୀ

କେନ୍ଦ୍ରାପଡ଼ା: ଆସନ୍ତା ୧୮ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ସେଥି ନିମନ୍ତେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ପରୀକ୍ଷାକେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଘରୋଇ ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମୋଟ ୧୭୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୮ଟି ଘରୋଇ ଆବାସୀକ ବିଜ୍ଞାନ ଛତାସ୍ଥିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ କେନ୍ଦ୍ରାପଡା ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୧୩ଜଣ ରେଗୁଲାର ଓ ୩ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଥିବା ବେଳେ ତେଣ୍ଡାକୁଡାସ୍ଥିତ ଆର୍‌ଏନ୍‌ଏମ ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୬ଜଣ ରେଗୁଲାର, ହଳଦିଆଗଡାସ୍ଥିତ ତାରିଣୀ ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫୭ଜଣ ରେଗୁଲାର, ଶିଳିପୁରସ୍ଥିତ ଡଲଫିନ ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ଜଣ ରେଗୁଲାର, ଛତାସ୍ଥିତ ଲୋଟୋସ ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୪ଜଣ ରେଗୁଲାର ଓ ୬ଜଣ ଏକ୍ସ ରେଗୁଲାର, ଦୁହୁରିଆସ୍ଥିତ ବିଦ୍ୟା ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ଜଣ ରେଗୁଲାର, ବାରୋସ୍ଥିତ ରମାଦେବୀ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୧ଜଣ ରେଗୁଲାର ଓ ବାରୋସ୍ଥିତ ଓମ୍‌ଶାନ୍ତି ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୯ଜଣ ରେଗୁଲାର ଛାତ୍ରଛାତ୍ରୀ ଅଛନ୍ତି। କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୫୦୨ଜଣ ରେଗୁଲାର ଓ ୧୪ଜଣ ଏକ୍ସ ରେଗୁଲାର, କଳାରେ ୩୭୬ଜଣ ରେଗୁଲାର ଓ ବାଣିଜ୍ୟରେ ୩୪୭ଜଣ ରେଗୁଲାର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ। ୮ଟି ଘରୋଇ ବିଜ୍ଞାନ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୫୧୫ଜଣ ଓ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମୋଟ ୧୨୩୯ଜଣ ଏପରି ସର୍ବମୋଟ ୧୭୫୪ଜଣ ଛାତ୍ରଛାତ୍ରୀ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ୧୭ଟି ହଲରେ ପରୀକ୍ଷା ଦେବେ।

ଏଥିସହିତ ଆସନ୍ତା ୨୪ତାରିଖ ଇଂରାଜୀ, ୨୮ତାରିଖରେ ପଦାର୍ଥ ବିଜ୍ଞାନ ଓ ମାର୍ଚ୍ଚ ୬ ତାରିଖରେ ରସାୟନବିଜ୍ଞାନ ବିଷୟରେ ସର୍ବାଧିକ ୧୦୩୧ଜଣ ଲେଖାଏଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଭାବେ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଉପଅଧୀକ୍ଷକ ଭାବେ ଡ. ବାସନ୍ତୀ ଶୁକ୍ଳା, ଅଧ୍ୟାପିକା ସଂଯୁକ୍ତା ସେଠୀ, ଅଧ୍ୟାପକ ବିକାଶ କୁମାର ନାୟକ, ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର ଓ ଅଧିକାରୀ ନିଲେଶ ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାବ୍ୟତିତ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ପ୍ରଶ୍ନପତ୍ର ହବ୍‌ରୁ ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ତୁଳସୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଆୟବା ସରକାରୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଡେରାବିଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଡେରାବିଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚାନ୍ଦୋଳସ୍ଥିତ ଏଚ୍‌ଏନ୍‌ଏସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପଠାଯିବ। କେନ୍ଦ୍ରାପଡା କଲେଜ ହବ୍‌ର ସୁପରଭାଇଜର ଭାବେ ପ୍ରଫେସର ଶାନ୍ତନୁକୁମାର ଜେନା ରହିଥିବା ବେଳେ ଡେପୁଟୀ ସୁପରଭାଇଜର ଭାବେ ଅଧ୍ୟାପକ ସୁବ୍ରତ କୁମାର ଜେନା ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking