23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଅନନ୍ତନାଗରେ ୧୭୫ ସନ୍ଦିଗ୍ଧ ଅଟକ

ଅନନ୍ତନାଗରେ ୧୭୫ ସନ୍ଦିଗ୍ଧ ଅଟକ

ଶ୍ରୀନଗର: ପହଲଗାଓଁ ଆକ୍ରମଣ ପରଠାରୁ ନିରାପତ୍ତାରକ୍ଷୀମାନେ ଘଟଣାରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ଜାମ୍ମୁ-କାଶ୍ମୀରରେ ଘରକୁ ଘର ବୁଲି ତଲାସି ଅଭିଯାନ ଆରମ୍ଭ କରିଛନ୍ତିି। ଏହି ପରିପ୍ରେକ୍ଷୀରେ ଶନିବାର ଅନନ୍ତନାଗ ଜିଲାରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ନିରାପତ୍ତାରକ୍ଷୀମାନେ କାଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ପରିବାରବର୍ଗଙ୍କୁ ଅଟକ ରଖି ଜେରା କରୁଛନ୍ତି। ଅବଶ୍ୟ ସନ୍ଦେହ ମୋଚନ ପରେ ପରିବାର ଲୋକଙ୍କୁ ଅବଶ୍ୟ ଛାଡି ଦିଆଯାଉଛି। ଦିନରାତି ଚାଲିଥିବା ଏହି ଅଭିଯାନରେ ଜାମ୍ମୁ-କାଶ୍ମୀର ପୁଲିସ, ସେନା ଓ ସିଆରପିଏଫ ଯବାନଙ୍କୁ ସାମିଲ କରାଯାଇଛି। ସେମାନେ ପ୍ରତ୍ୟେକ ଘରକୁ ଯାଇ ସଦସ୍ୟଙ୍କ ଆଧାର କାର୍ଡ ଓ ଅନ୍ୟ ପରିଚୟ ପତ୍ର ଯାଞ୍ଚ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking