33.1 C
Bhubaneswar
Monday, February 23, 2026
Homeଅପରାଧ୧୭ ବର୍ଷୀୟ ନାବାଳିକାକୁ ମଠରେ ଗଣଦୁଷ୍କର୍ମ

୧୭ ବର୍ଷୀୟ ନାବାଳିକାକୁ ମଠରେ ଗଣଦୁଷ୍କର୍ମ

ମୁମ୍ବାଇ : ଆପଣମାନେ ଅନେକ ସମୟରେ ସାଧୁ ସନ୍ଥଙ୍କ ଉପରେ ବିଶ୍ୱାସ କରି ନିଜର ବ୍ୟକ୍ତିଗତ ଜୀବନରେ ଘଟୁଥିବା ସମସ୍ୟାକୁ ନେଇ ସେମାନଙ୍କ ପାଖକୁ ଯାଇଥାନ୍ତି। ହେଲେ ଯେତେବେଳେ ସେହି ସାଧୁ ସନ୍ଥ ଆପଣଙ୍କ ପାଇଁ ରାକ୍ଷସ ପାଲଟିଯିବେ ସେତେବେଳେ ଆପଣ କ’ଣ କରିବେ। ଠିକ୍ ସେହିପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ। ଜଣେ ୭୫ ବର୍ଷୀୟ ବାବା ଜଣେ ୧୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଘଟଣା ସାମ୍ନାକୁ ଆସିଛି। ଯାହାପରେ ସାଧୁସନ୍ଥଙ୍କ ଉପରେ ଲୋକଙ୍କ ଭରଷା କମିବାରେ ଲାଗିଛି। ତେବେ ଏହି ଘଟଣାଟି ହେଉଛି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ବୋଲି ଜଣା ପଡିଛି।

ସୂଚନାନୂସାରେ, ନାବାଳିକା ଜଣକ ନିଜ ବାପା ମାଙ୍କ ସହ ମଙ୍ଗଳବାର ଦିନ ସଂନ୍ଧ୍ୟାବେଳେ ଅମରାବତୀର ଥାନାରେ ପହଞ୍ଚିଥିଲେ। ରିଦ୍ଧପୁର ମଠର ମୁଖ୍ୟ ପୂଜାରୀ ବା ବାବା ଏବଂ ତାଙ୍କର ଜଣେ ଶିଷ୍ୟଙ୍କ ନାଁରେ ଅଭିଯୋଗ କରିଥିଲେ। ପରେ ନାବାଳିକା ଜଣଙ୍କର ହସ୍ପିଟାଲରେ ଯାଞ୍ଚ ପରେ ଜଣାପଡିଲା କି ସେ ୮ ମାସର ଗର୍ଭବତୀ ଅଛନ୍ତି। ତେବେ ସୂଚନାଅନୂସାରେ, ନାବାଳିକା ଜଣଙ୍କ ତାଙ୍କ ବାପା ମାଙ୍କ ସହ ନିଜ ଘରେ ରହୁନଥିଲେ। ବରଂ ପାଖାପାଖି ଏକ ମାସ ହେବ ତାଙ୍କ ଦାଦା-ଖୁଡୀଙ୍କ ସହ ରହି ଆସୁଥିଲେ। ଏବଂ ମଠରେ ଯାଇ ସେବା କରୁଥିଲେ। ପୀଡିତାଙ୍କ ବୟାନ ଅନୁଯାୟୀ, ସେ ଯେତେବେଳେ ମଠରେ ରହୁଥିଲେ, ସେତେବେଳେ ମୁଖ୍ୟ ପୂଜାରୀ ୨୦୨୪ ମସିହା ଏପ୍ରିଲ ୨ ତାରିଖରେ ପୀଡିତାଙ୍କୁ ତାଙ୍କ ପାଖକୁ ପଠାଇବାକୁ ଯୁବତୀଙ୍କ ଖୁଡୀଙ୍କୁ କହିଥିଲେ।

ଆଉ ପୀଡିତାଙ୍କ ଖୁଡି ମଧ୍ୟ ପୂଜାରୀ ସୁରେନ୍ଦ୍ର ମୁନୀଙ୍କ କକ୍ଷକୁ ଜୋର ଜବର ଦସ୍ତି ନାବାଳିକା ଜଣଙ୍କୁ ପଠାଇଥିଲେ। ଆଉ ସେଠାରେ ବାବା ଜଣଙ୍କ ନାବାଳିକାକୁ ଦୁଷ୍କର୍ମ କରିଥିଲା। କେବଳ ମୁଖ୍ୟ ପୂଜାରୀ ଏକା ନୁହେଁ ବରଂ ତାଙ୍କ ଶିଷ୍ୟ ବାଲା ସାହେବ ଦେସାଇ ମଧ୍ୟ ନାବାଳିକା ଜଣଙ୍କର ଦୁଷ୍କର୍ମ କରିଥିଲେ। କେବଳ ଗୋଟିଏ ଦିନ ନୁହେଁ ବରଂ ଦୁଇ ଅଭିଯୁକ୍ତ କାହିଁ କେତେ ମାସ ପର୍ଯ୍ୟନ୍ତ ପୀଡିତାଙ୍କୁ ଗଣ ଦୁଷ୍କର୍ମ କରିଚାଲିଥିଲେ। ଆଉ ଯେତେବେଳେ ଝିଅଟି ଏ କଥା ନିଜ ଖୁଡୀଙ୍କୁ ଜଣାଇଥିଲେ। ସେ ତାଙ୍କୁ ସାହାର୍ଯ୍ୟ କରିବା ପରିବର୍ତ୍ତେ ଧମକ ଚମକ ଦେଇ ମୁହଁ ନ ଖୋଲିବା ପାଇଁ ତାଗିଦ କରିଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସ ପାଖରେ ଅଭିଯୋଗ ହେବା ପରେ ଝିଅର ଖୁଡୀ, ମୁଖ୍ୟ ପୂଜାରୀ ଓ ଶିଷ୍ୟକୁ ଗିରଫ କରିଛି ପୋଲିସ। ସେମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ବିଧାନ ଅନୁସାରେ ବିଭିନ୍ନ ପ୍ରକାର ଧାରା ଲଗାଯାଇ ମାମଲା ରୁଜ୍ଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking