ଭଦ୍ରକ: ବାଂଲାଦେଶୀ ସନ୍ଦେହରେ ୧୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୭ ଜଣକୁ ଅଟକ ରଖିଛି ପୋଲିସ । ୧୭ ଜଣଙ୍କୁ ଅଟକ ରଖିଥିବା ନେଇ ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଏହା ସହ ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଥିବା ନେଇ ମଧ୍ୟ ଦେଲେ ସୂଚନା । ଅନ୍ୟପଟେ ଜଗତସିଂହପୁରରୁ ୪ ବଂଲାଦେଶୀ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ଫେରାର ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓରଫ ସିକୋ ମଧ୍ୟ ଫେରାର ଅଛି । ଭଡା ଘରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ନେଇ ଫେରାର ହୋଇଯାଇଥିବା ମିଳିଛି ସୂଚନା । ଭଡା ଘରେ କ’ଣ ଚାଲିଥିଲା ତଦନ୍ତ ଚଳଆଇଛି ପୋଲିସ । ସନ୍ଦିଗ୍ଧ ବାଂଲାଦେଶୀ ଆଡ୍ଡା ଉଚ୍ଛେଦ ପରେ ତନାଘନା । ତେବେ ପ୍ରଶ୍ନ ଉଠୁଛି ଯେ ଭଡା ଘରେ ଚାଲିଥିଲା କ’ଣ ।









