22.1 C
Bhubaneswar
Friday, January 16, 2026
Homeଓଡିଶାସୁନ୍ଦରଗଡରେ ହଟିଲା ୧୬୩

ସୁନ୍ଦରଗଡରେ ହଟିଲା ୧୬୩

ସୁନ୍ଦରଗଡ: ସୁନ୍ଦରଗଡ ସହରରୁ ହଟିଲା ବିଏନଏସଏସ ୧୬୩ ଧାରା । ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । ସହରରେ ଇଣ୍ଟରନେଟ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସହରରେ ୧୫ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି ବୋଲି କହିଛନ୍ତି ଡିଆଇଜି ।ଆହୁରି କହିଛନ୍ତି ପାଟ୍ରୋଲିଂ ଚାଲିବ, ୪ ଜଣଙ୍କୁ ଅଟକ ରଖାଯାଇଛି । ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ୪ ପୋଲିସ କର୍ମଚାରୀ ଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ। ଏପରିକି ସ୍ଥିତି ଗମ୍ଭୀର ହେବାକୁ ଜିଲା ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରାଯିବା ସହ କୌଣସି ପ୍ରକାର ଉତ୍ତେଜନାମୂଳକ ସନ୍ଦେଶ ପ୍ରଚାର ନ କରାଯିବା ଉଦ୍ଦେଶ୍ୟରେ ସନ୍ଧ୍ୟା ୬ଟାରୁ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏଭଳିସ୍ଥିତିରେ ଶୁକ୍ରବାର ସୁନ୍ଦରଗଡ଼ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking