ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି କରାଯାଇଛି। ଆସନ୍ତା ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର। ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନର ନିଷ୍ପତ୍ତି।ଇଣ୍ଟରନେଟ୍ କଟକଣା ବୃଦ୍ଧି ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ସୂଚନା। ସୂଚନା ଦେଇ ଜିଲ୍ଲପାଳ କହିଛନ୍ତି ଯେ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାରରୁ ଲାଗିଥିବା ବିଏନଏସଏସ ୧୬୩ ହଟିଲା। ମୋଟ୍ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି। ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ସ୍ବାଭାବିକ ହୋଇଛି। ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଜିଲ୍ଲାପାଳ।
ମାଲକାନଗିରି ହିଂସା: ଆଜି ରାତି ୧୨ଟା ଯାଏ ପୁଣି ବଢିଲା ଇଣ୍ଟରନେଟ ସେବା










