26.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶବିଏସ୍‌ଏଫ୍‌ରେ ଆଉ ୧୬ ନୂଆ ବାଟାଲିଅନ; ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି

ବିଏସ୍‌ଏଫ୍‌ରେ ଆଉ ୧୬ ନୂଆ ବାଟାଲିଅନ; ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି

ନୂଆଦିଲ୍ଲୀ: ଭାରତ ସରକାର ଏବେ ଦେଶରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ସୈନ୍ୟ ସାମର୍ଥ୍ୟକୁ ଆହୁରି ବ୍ୟାପକ କରିବା ଉପରେ ଚିନ୍ତା କରୁଛନ୍ତି । ଏହି ପ୍ରକ୍ରିୟା ଅନ୍ତର୍ଗତ ବିଏସଏଫ୍ ଭଳି ଅର୍ଦ୍ଧସାମରିକ ବଳରେ ଆଉ ୧୬ ନୂଆ ବାଟାଲିଅନ୍‌ଙ୍କୁ ସାମିଲ କରିବାକୁ ଯୋଜନା କରାଯାଉଛି । ଅର୍ଥାତ୍ ଆଗାମୀ ଦିନରେ ବିଏସଏଫ୍‌ରେ ୧୭ ହଜାର ନୂଆ ପଦବୀ ସୃଷ୍ଟିହେବ । ପାକିସ୍ତାନ ଏବଂ ବାଂଲାଦେଶ ପଟୁ ଭାରତ ପ୍ରତି ବିପଦ ସୃଷ୍ଟି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବିଏସ୍‌ଏଫ୍‌ର ସୈନ୍ୟବଳ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହାସହିତ ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳରେ ୨ଟି ନୂଆ ଫରୱାର୍ଡ ହେଡ୍‌କ୍ୱାର୍ଟର୍ସ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଛି । ଏହି ଦୁଇଟି ନୂଆ ଫରୱାର୍ଡ ହେଡ୍‌କ୍ୱାର୍ଟର୍ସ ଅଧୀନରେ ୧୬ ବାଟାଲିଅନ ରହିବେ, ଯେଉଁମାନେ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ଲାଗି ମୁତୟନ ହେବେ । ଗୋଟିଏ ଫରୱାର୍ଡ ହେଡ୍‌କ୍ୱାର୍ଟର୍ସ ଜମ୍ମୁରେ ଏବଂ ଅନ୍ୟଟି ମିଜୋରାମ୍‌ରେ ପ୍ରତିଷ୍ଠା ହେବ । ଏଥିପାଇଁ ସରକାରଙ୍କ ତରଫରୁ ବିଏସ୍‌ଏଫର ସମ୍ପ୍ରସାରଣ ପ୍ରସ୍ତାବକୁ ପ୍ରାରମ୍ଭିକ ଅନୁମୋଦନ ମିଳିସାରିଥିଲେ ମଧ୍ୟ ଚୂଡ଼ାନ୍ତ ଅନୁମୋଦନ ପାଇଁ ଅପେକ୍ଷା ରହିଥିବା ସୂଚନା ମିଳିଛି । ପ୍ରକାଶ, ସମ୍ପ୍ରତି ବିଏସ୍‌ଏଫ୍‌ର ୧୯୩ ବାଟାଲିଅନ ରହିଛି । ପ୍ରତି ବାଟାଲିଅନରେ ୧୦୦୦ ଲେଖାଏ ଯବାନ ରହିଛନ୍ତି । ଅତିରିକ୍ତ ୧୬ ବାଟାଲିଅନ ଅନ୍ତର୍ଭୁକ୍ତ ହେବା ପରେ ଉଭୟ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇବ । ଏହି ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମର୍ଥନ ଜଣାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking