ଭୁବନେଶ୍ୱର : ୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ । ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରି ଯାଇଛି । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ଚାକିରିରୁ ବରଖାସ୍ତ ଦେଇଛନ୍ତି । ୩୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।