33.1 C
Bhubaneswar
Saturday, March 28, 2026
Homeଓଡିଶାବଲାଙ୍ଗୀର ପାଟଣାଗଡ଼ଠାରେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ବଲାଙ୍ଗୀର ପାଟଣାଗଡ଼ଠାରେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

– ପାଟଣାଗଡ଼ର ରମାଇ ହାଇସ୍କୁଲ ପଡ଼ିଆରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ଏବଂ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ବାରା ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ପତାକା ସ୍ତମ୍ଭର ଉଦଘାଟନ
– ଏହି ଭବ୍ୟ ସମାରୋହରେ ଜିଲ୍ଲାପାଳ, ଏସପି ଓ ବିଶିଷ୍ଟ ନାଗରିକମାନେ ଯୋଗ ଦେଇଥିଲେ

ଭୁବନେଶ୍ଵର/ ପାଟଣାଗଡ଼: ଶିଳ୍ପପତି ତଥା ସମାଜସେବୀ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଏହାର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ମାନ୍ୟବର ସାଂସଦ (ବଲାଙ୍ଗୀର) ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪ ବର୍ଗଫୁଟର ଏକ ବିଶାଳ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଈସଲୱାର (ଆଇଏଏସ୍), ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଡି ଖିଲାରୀ (ଆଇପିଏସ୍), ଡିଆରଡିଏର ପିଡି ପ୍ରଭାତ ମହାପାତ୍ର, ପାଟଣାଗଡ଼ ଉପଜିଲ୍ଲାପାଳ ଶ୍ରୀ ଅମିତ କୁମାର ନାୟକ ଓ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସିଇଓ ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲି, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୩୦୦୦ରୁ ଅଧିକ ଏହି ଭବ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ପାଟଣାଗଡ଼ରେ ଏହି ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ପାଇଁ ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆକୁ ଶ୍ରୀ ସିଂହଦେଓ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସମ୍ମାନର ସହ ଜାତୀୟ ପତାକା ଉତ୍ତୋଳନ କରିବାର ଅଧିକାର ପାଇଁ ଶ୍ରୀ ଜିନ୍ଦଲଙ୍କ ସଂଘର୍ଷକୁ ସେ ପ୍ରଶଂସା କରିଥିଲେ । ଏହି ସ୍ମାରକୀ ଜାତୀୟ ପତାକା ସ୍ତମ୍ଭର ସୁରକ୍ଷା, ସଂରକ୍ଷଣ ଓ ସମ୍ମାନ ପାଇଁ ସେ ପାଟଣାଗଡ଼ବାସୀଙ୍କୁ ଅନୁରୋଧ କରିଛନ୍ତି। ମାନ୍ୟବର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ତାଙ୍କ ଅଭିଭାଷଣରେ କହିଥିଲେ, ପାଟଣାଗଡ଼ ପାଇଁ ଏହା ଏକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ଦିନ। ଜାତୀୟ ପତାକା ହିଁ ଆମର ପରିଚୟ ଓ ଗୌରବ। ଏହା ଆମ ସମସ୍ତଙ୍କୁ ଏକାଠି କରିଥାଏ। ଏହାକୁ ଉତ୍ତୋଳନ କରି ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

ଏହି ସ୍ମାରକୀ ଜାତୀୟ ପତାକା ସ୍ଥାପନ ଅବସରରେ ପାଟଣାଗଡ଼ ଓ ଆଖପାଖ ଅଞ୍ଚଳରୁ ବହୁତ ଜନସାଧାରଣ ଜାତୀୟ ପତାକାକୁ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଥିଲେ । ପୁଲିସ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ସହଯୋଗ କରିଥିଲେ । ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଆଇକନିକ୍ ଫ୍ଲାଗ ପୋଷ୍ଟ ଆଗାମୀ ଦିନରେ ପାଟଣାଗଡ଼କୁ ଏକ ନୂଆ ପରିଚୟ ପ୍ରଦାନ କରିବ । ଜାତୀୟ ଗୌରବ ଓ ଏକତାର ପ୍ରତୀକ ଏହି ସ୍ମାରକୀ ଜାତୀୟ ପତାକା ପୋଷ୍ଟ ପାଟଣାଗଡ଼ର ଅନ୍ୟତମ ପ୍ରମୁଖ ସ୍ଥାନ ରେ ପରିଣତ ହେବା ବୋଲି ଆଶା କରାଯାଉଛି।

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍) ଶ୍ରୀ ପ୍ରଶାନ୍ତ ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଉପସ୍ଥିତ ଜନତାଙ୍କୁ ସୂଚନା ଦେଇଥିଲେ ଯେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବ ଓ ସମ୍ମାନର ସହ ଜାତୀୟ ପତାକା ଉତ୍ତୋଳନ ଏବଂ ପ୍ରଦର୍ଶନ କରିବାର ଅଧିକାର ପାଇଁ ଦୀର୍ଘ ନ୍ୟାୟୀକ ସଂଗ୍ରାମ କରିଥିଲେ । ତାଙ୍କ ନେତୃତ୍ୱରେ ଫାଉଣ୍ଡେସନ ୨୦୦୯ ମସିହାରେ ସମଗ୍ର ଭାରତରେ ସ୍ମାରକୀଜାତୀୟ ପତାକା ପୋଷ୍ଟ ସ୍ଥାପନ କରିବାର କାର୍ଯ୍ୟ ଆରମ୍ଭ କରିଥିଲା । ସେବେଠାରୁ ଏହି ସଂଗଠନ ସମଗ୍ର ଦେଶରେ ୧୫୦ଟି ଜାତୀୟ ପତାକା ପୋଷ୍ଟ ପ୍ରତିଷ୍ଠା କରିବାରେ ସଫଳ ହୋଇଛି, ଯେଉଁଥିରେ ଓଡ଼ିଶାରେ ଏପର୍ଯ୍ୟନ୍ତ ୭ଟି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking