ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଓଡିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ଟି ପୌର ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଆଜି ପୂର୍ବାହ୍ନରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଶେଷ କରି ରାଜ୍ୟ ସରକାରଙ୍କ ନୂତନ ପ୍ରଶାସନିକ ନିର୍ଦ୍ଧେଶମାମା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପୌର ଅଧ୍ୟକ୍ଷ ମାନଙ୍କ କ୍ଷମତା ସଂକୁଚିତ କରାଯାଇଥିବାରୁ ଲୋକଙ୍କ ଆଶା ଆକାକ୍ଷାଂ ପୂରଣ କରିବାରେ ସେମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ । ନିର୍ବାଚିତ ପୌର ପ୍ରତିନିଧି ମାନଙ୍କ କ୍ଷମତାକୁ ପ୍ରଶାସନିକ ଆଦେଶ ବଳରେ ରାଜନୈତିକ ସୁବିଧା ପାଇଁ କ୍ଷୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିଥିଲେ । ସମଗ୍ର ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ସହ ରହି ଲୋକଙ୍କ କାମ ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ଙ୍କ ନଗର ଉନ୍ନୟନ ବିଭାଗ ର ତା ୫/୧/୨୬ ରିଖ ପତ୍ର ଅନୁଯାୟୀ ନିର୍ବାହୀ ଅଧିକାରୀ ମାନଙ୍କ ଆର୍ଥିକ କ୍ଷମତା ୩ ଲକ୍ଷ ଟଙ୍କାକୁ ଵୃଦ୍ଧି କରିବା,ବିନା competitive biding ରେ procurement କରିବା ଏବଂ ବିନା countersign ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚେକ ପ୍ରଦାନ ଆଦି ଅଗଣତନ୍ତ୍ର ବିଭିନ୍ନ ନିର୍ଦେଶ ଦିଆଯାଇଛି,ଯାହାକୁ ନିର୍ବାଚିତ ପ୍ରତିନିଧି ମାନେ ବିରୋଧ କରୁଛନ୍ତି।










