19.1 C
Bhubaneswar
Tuesday, February 10, 2026
Homeଓଡିଶାସୋଆରେ ଚତୁର୍ଦ୍ଦଶ ଏମ୍‌ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

ସୋଆରେ ଚତୁର୍ଦ୍ଦଶ ଏମ୍‌ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌)ରେ ବୁଧବାର ଚତୁର୍ଦ୍ଦଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଡକ୍ଟର କୌଶିକ ପ୍ରଧାନ ମୁଖ୍ୟ ଆଲୋଚକ ଓ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ମଣିଷ ସମାଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନ ପରିବେଶ ପରିବର୍ତନ ଦ୍ୱାରା ପ୍ରଭାବିତ। ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ବ୍ୟବହାର, କ୍ରୋଧ, ଶାନ୍ତ ସ୍ୱଭାବ ଇତ୍ୟାଦି ପରିବେଶ ଓ ବିଶ୍ୱ ତାପନ ଦ୍ୱାରା କିଛି ମାତ୍ରାରେ ନିୟନ୍ତ୍ରିତ ହେଉଛି ବୋଲି ସେ କହିଛନ୍ତି। ପ୍ରଫେସର ପ୍ରଧାନ ଭାରତୀୟ କୃଷି ସମ୍ଫ୍ରସାରଣ ବିଜ୍ଞାନ ତଥା ପରିବେଶ ପରିବର୍ତନ ଭିତିକ କୃଷି ବିଷୟରେ ବକ୍ତବ୍ୟ ରଖିଥିଲେ। ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବକ୍ତୃତାମାଳାର ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ। ଡ. ରାଜୀବ କୁମାର ବେହେରା ଉତ୍ସବ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking