15.1 C
Bhubaneswar
Monday, February 9, 2026
Homeଓଡିଶା୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

ପୁରୀ: ପୁରୀରେ ଲଜ୍ଜା। ଜଣେ ୧୪ ବର୍ଷର ନାବାଳିକାକୁ ୩ ଦିନ ଧରି ଏକ ହୋଟେଲରେ ରଖି ଗଣଦୁଷ୍କର୍ମ କରିଛନ୍ତି ୩ ଯୁବକ। ଶୁକ୍ରବାର ସମୁଦ୍ରକୂଳ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସୂଚନାନୁଯାୟୀ, ଗତ ୭ ତାରିଖ ଅପରାହ୍ଣରେ ନାବାଳିକା ପୁରୀ ହୋଟେଲ ନିକଟରେ ବୁଲୁଥିଲେ। ଏହି ସମୟରେ ତାକୁ ଜଳଖିଆ ଖାଇବାକୁ ଡାକି ଅଭିଯୁକ୍ତ ଲେଙ୍କା ସୁନୀଲ ବଳିଆପଣ୍ଡାସ୍ଥିତ ଏକ ହୋଟେଲକୁ ନେଇ ଯାଇଥିଲା। ସେଠାରେ ସେ ତା’ ଦୁଇ ସାଙ୍ଗ ଏଲ୍‌. ରାଜା, ବି. ଗୌରାଙ୍ଗ ନାବାଳିକାକୁ ୩ ଦିନ ରଖି ଗଣଦୁଷ୍କର୍ମ କରିଥିଲେ। ୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ଲେଙ୍କା ସୁନୀଲ ନାବାଳିକାକୁ ଗାନ୍ଧୀ ପାର୍କ ନିକଟରେ ଛାଡ଼ି ଦେଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ୍‌ ତଦନ୍ତ କରି ଶୁକ୍ରବାର ୩ଅଭିଯୁକ୍ତଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking