ଯାଜପୁର: ବ୍ୟାସନଗର ସହର ସ୍ଥିତ ୭ ନଂ ୱାର୍ଡ ସୋବରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଜଣେ ୧୪ ବର୍ଷୀୟା ସ୍କୁଲ ଛାତ୍ରୀ ସନ୍ଧ୍ୟା ୭ ଟାରେ ନିଜ ଘରେ ଫ୍ୟାନରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ମଉସା ବାବୁଲା ଗୁରୁ କହନ୍ତି l ସୂଚନା ମୁତାବକ ଦାନଗଦୀ ଅନ୍ତର୍ଗତ ଯଖପୁରା ନିକଟସ୍ଥ ଦାମୋଦର ପୁର ଗ୍ରାମର ଲିଲିଗୁରୁ ନାମକ ମହିଳା ତାଙ୍କ ଝିଅ ଲିଜା ଗୁରୁଙ୍କୁ ନେଇ ଏକ ଛୋଟ ସଂସାର l ଦୀର୍ଘ ବର୍ଷରୁ ଲିଲି ଗୁରୁଙ୍କ ସ୍ୱାମୀ ପାଗଳ ଅବସ୍ଥାରେ କେଉଁଆଡେ ଚାଲିଯାଇଛନ୍ତି l ତେବେ ଝିଅ ଲିଜାର ଭବିଷ୍ୟତ ପାଇଁ ମା ଲିଲି ଗୁରୁ ତାଙ୍କ ଭଉଣୀ ଓ ଭିଣୋଇଙ୍କ ପାଖରେ ଲିଜାଙ୍କୁ ଦୀର୍ଘ ୯ ବର୍ଷ ହେବ ପାଠ ପଢାଇବାକୁ ଆଣି ଛାଡିଥିଲେ l ଏବଂ ମା ଲିଲି ଗୁରୁ ଭୁବନେଶ୍ୱରରେ ରହି କାମଦାମ କରି ନିଜ ପେଟ ପୋଷୁଥିଲେ ବୋଲି କହନ୍ତି l ତେବେ ଲିଜାଙ୍କୁ ତାଙ୍କ ମଉସା ବାବୁଲା ଗୁରୁ ନିକଟସ୍ଥ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ l
ବର୍ତ୍ତମାନ ଲିଜାଙ୍କ ବୟସ ୧୪ ବର୍ଷ ହୋଇଥିବାବେଳେ ସେ ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ ଥିଲେ l ଗତ କାଲି ବାବୁଲା ଗୁରୁ ଓ ତାଙ୍କ ସ୍ତ୍ରୀ ଡଲି ଗୁରୁ ସନ୍ଧ୍ୟା ୭ ଟାରେ ବଜାରକୁ ଯାଇଥିଵା ବେଳେ ଘରେ ଏକୁଟିଆ ଛାତ୍ରୀ ଲିଜା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲା ବୋଲି ବାବୁଲା ଗୁରୁ କହନ୍ତ l ତେବେ ଛାତ୍ରୀ ଲିଜାଙ୍କ ମା ଲିଲି ଗୁରୁଙ୍କୁ ଫୋନରେ ଜଣେଇଥିଲେ ବାବୁଲା ଏବଂ ମା ଲିଲି ଆସି ଝିଅ ଲିଜାର ମୃତଦେହ ପଡ଼ିଥିବା ଦେଖିଥିଲେ l ପରେ ରାତ୍ର ୧0 ଟାରେ ଯାଜପୁର ରୋଡ଼ ସ୍ୱାସ୍ଥ୍ୟସକେନ୍ଦ୍ରକୁ ଲିଜାକୁ ଆଣିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ସେପଟେ ଝିଅର ମୃତ୍ଯୁ ପାଇଁ ଭିଣୋଇ ବାବୁଲା ଗୁରୁ ଓ ଭଉଣୀ ଡଲି ଗୁରୁଙ୍କୁ ଦାୟୀ କରି ଯାଜପୁର ରୋଡ଼ ଥାନାରେ ଏକ ହତ୍ୟା ଅଭିଯୋଗ କରିଛନ୍ତି ମା ଲିଲି ଗୁରୁ l ଅଭିଯୋଗକୁ ଆଧାର କରି ଯାଜପୁର ରୋଡ଼ ପୋଲିସ କେସ ନଂ ୧୩/୨୫ ରେ ଏକ ମାମଲା ରୁଜୁ କରି ଦୃଢ ତଦନ୍ତ ଚଳାଇଛି l ବ୍ୟବଛେଦ ରିପୋର୍ଟ ଆସିବାପରେ ସମ୍ପୂର୍ଣ ସତ୍ୟତା ସାମ୍ନାକୁ ଆସିବ ବୋଲି ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚସନା ଦେଇଛନ୍ତି l