25.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶ୧୪ ବର୍ଷର ନାବାଳକକୁ ୨୪ ଥର ଛୁରୀ ଭୁଷି ହତ୍ୟା

୧୪ ବର୍ଷର ନାବାଳକକୁ ୨୪ ଥର ଛୁରୀ ଭୁଷି ହତ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସମୟପୁର ବଦଲି ଅଞ୍ଚଳରୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ ବର୍ଷର ନାବାଳକକୁ ପ୍ରଥମେ ବଳାତ୍କାର ଏବଂ ପରେ ୨୪ ଥର ଛୁରି ଭୁଷି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ୧ ଜୁଲାଇରେ ପୋଲିସକୁ ଏକ ପିସିଆର କଲ୍ ମିଳିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ମୁନାକ କେନାଲରେ ଜଣେ ନାବାଳକର ମୃତଦେହ ପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ମୃତଦେହ ସମ୍ପୂର୍ଣ୍ଣ ଉଲଗ୍ନ ଥିଲା ଏବଂ ବେକରେ ସ୍କାର୍ଫ ବନ୍ଧା ହୋଇଥିଲା। ଶରୀରରେ ଅନେକ ସ୍ଥାନରେ ଛୁରୀ କ୍ଷତ ଥିଲା। ଏହା କେବଳ ହତ୍ୟା ମାମଲା ପରି ମନେ ହେଉଥିଲା, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ଚମକାଇ ଦେଇଥିଲା।

ରିପୋର୍ଟରେ ପ୍ରକାଶିତ ହୋଇଥିଲା ଯେ ଶିଶୁଟିର ଶରୀରରେ ୨୪ଟି ଛୁରି ଚିହ୍ନ ଥିଲା ଏବଂ ତାକୁ ଯୌନ ନିର୍ଯାତନା ମଧ୍ୟ ଦିଆଯାଇଥିଲା। ଏହି ମାମଲାରେ ପୋଲିସ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳକ। ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ, ମୁଖ୍ୟ ଅଭିଯୁକ୍ତ କୃଷ୍ଣ ତାଙ୍କ ବନ୍ଧୁମାନଙ୍କ ସହିତ ଏହି ନିର୍ମମ ହତ୍ୟା ଯୋଜନା କରିଥିଲା। ୨୯-୩୦ ଜୁନ ରାତିରେ, ଅଭିଯୁକ୍ତ ବୀର ଚୌକ ବଜାରରେ ପହଞ୍ଚିଥିଲା। ସେଠାରୁ, ତାଙ୍କ ବନ୍ଧୁମାନଙ୍କ ସାମ୍ନାରେ ପିଲାଟିକୁ ଅପହରଣ କରାଯାଇଥିଲା। ତାଙ୍କୁ ଏକ ବାଇକ୍‌ରେ ବସାଇ ମୁନକ କେନାଲକୁ ନିଆଯାଇଥିଲା। ସେଠାରେ ପ୍ରଥମେ ତାଙ୍କ ପୋଷାକ କାଢ଼ି ଦିଆଯାଇଥିଲା, ତା’ପରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା ଏବଂ ପରେ ନାବାଳକକୁ ଛୁରୀରେ ଅନେକ ଥର ଭୁଷିି ହତ୍ୟା କରାଯାଇଥିଲା। ପୋଲିସକୁ ସୂଚନା ମିଳିଥିଲା ଯେ ହତ୍ୟା ପରେ କିଛି ଅଭିଯୁକ୍ତ ହରିଦ୍ୱାର ପଳାଇ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking