27.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଟିଭି ଦେଖିବାକୁ ମନା କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ପୁଅ

ଟିଭି ଦେଖିବାକୁ ମନା କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ପୁଅ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ପାନୋହ ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୪ ବର୍ଷୀୟ ବଙ୍କଳ ଆତ୍ମହତ୍ୟା କରିଛି । ପୋଲିସ କହିବା ଅନୁସାରେ ଏହି ଦୁଃଖଦ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବାଳକର ମାଆ ତାକୁ ଟିଭି ଦେଖିବାରୁ ବାରଣ କରିଥିଲେ ଏବଂ ପଢିବାକୁ କହିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ପୋଲିସି କହିଛଇ ଯେ ପୁଅଟି ଦଶମ ଶ୍ରେଣୀର ଛାତ୍ର ଥିଲା । ସେ ଘରେ ଟିଭି ଦେଖୁଥିଲା, କିନ୍ତୁ ତାଙ୍କ ମାଆ ତାଙ୍‌ତୁ ଟିଭି ଦେଖିବାକୁ ବାରଣ କରିଥିଲେ ଏବଂ ପଢିବାକୁ କହିଥିଲେ ।

ପରିବାର ସଦସ୍ୟମାନେ ପୋଲିସକୁ ଦେଇଥିବା ବୟାନ ଅନୁସାରେ ବାଳକର ମାଆ ତାକୁ ଟିଭି ଦେଖିବାକୁ ମନା କରିବା ପରେ ସେ ଘରୁ ଚାଲିଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବା ପରେ, ପରିବାର ଲୋକେ ତାକୁ ଖୋଜିବା ଆରମ୍ଭ କରିଥିଲେ । ବହୁତ ଖୋଜାଖୋଜି ପରେ, ଘରଠାରୁ ଅଳ୍ପ ଦୂରରେ ଥିବା ଏକ ପୁରୁଣା ଏବଂ ଖାଲି ଘରେ ତାଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ଏହା ଦେଖିପରିବାର ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଘୁମାରଭି ହସ୍ପିଟାଲକୁ ପଠାଇଛି, ଯେଉଁଠାରେ ପୋଷ୍ଟମର୍ଟମ କରାଯାଇଛି । ଘୁମାରଭି ଡିଏସ୍ପି ଚନ୍ଦ୍ରପାଲ ସିଂହ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି । ପୋଲିସ ଏହି ଘଟଣାର ଗଭାର ତଦନ୍ତ କରୁଛ, ଯାହା ଦ୍ୱାରା କିଶୋରଙ୍କ ଆତ୍ମହତ୍ୟାର କାରଣ ଜଣାପଡିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking