ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ପାଇଁ ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ୍ ପୋଲିସ । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ । କୌଣସି ପ୍ରକାର ନଗ୍ନ ନୃତ୍ୟୁ କିମ୍ବା ଉତ୍ତେଜକ ଦୃଶ୍ୟ ପରିବୋଷଣ ନିଷିଦ୍ଧ । ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବେ । ପ୍ରାପ୍ତ ଲାଇସେନ୍ସ ଠାରୁ ଅଧିକ ଚୌକି ପକାଇ ପାରିବେନି । ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବେ । ସୂଚନା ଅନୁଯାୟୀ, ଆଜିଠୁ ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି ମାଘମେଳା । ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଆଜି ଆରମ୍ଭ ହୋଇଛି, ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ।










