26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶ୧୪ଶହ କ୍ୱିଣ୍ଟାଲ ଚାଇନା ରସୁଣ ଜବତ; ବ୍ୟାନ୍ ପରେ ବି ଭାରତକୁ ଆସୁଛି ଶହ ଶହ...

୧୪ଶହ କ୍ୱିଣ୍ଟାଲ ଚାଇନା ରସୁଣ ଜବତ; ବ୍ୟାନ୍ ପରେ ବି ଭାରତକୁ ଆସୁଛି ଶହ ଶହ ଟନ୍ ପରିମାଣର ବିଦେଶୀ ରସୁଣ

ଲକ୍ଷ୍ନୌ :  ଖରାପ ଗୁଣବତ୍ତା ଚାଇନା ରସୁଣକୁ ଭାରତରେ ବ୍ୟାନ୍ କରାଯାଇଛି । ତଥାପି ଭାରତକୁ ଏହି ସମାଗ୍ରୀ ଆସୁଛି କିପରି ସେନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ନିକଟରେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରୁ ପ୍ରାୟ ୧୪ଶହ କ୍ୱିଣ୍ଟାଲ ଚାଇନିଜ ରସୁଣ ଜବତ ହୋଇଛି । ଚୀନ୍‌ରୁ ଆସୁଥିବା ଏହି ରସୁଣଗୁଡ଼ିକରେ ପ୍ରାଣଘାତୀ ଫଙ୍ଗସ୍ (ଜୀବାଣୁ ର ଉପସ୍ଥିତି) ରହୁଥିବା ନେଇ ଭାରତରେ ଲ୍ୟାବ୍ ଟେଷ୍ଟରେ ପ୍ରମାଣ ମିଳିଛି । କେବଳ ସେତିକି ନୁହେଁ, ଏହି ରସୁଣ ପ୍ରାକୃତିକ ଉପାୟରେ ନୁହେଁ ବରଂ କୁତ୍ରିମ ଉପାୟରେ ଅମଳ କରାଯାଇଥାଏ । ସୁତରାଂ ଶରୀର ପାଇଁ ଏହା ଖୁବ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିସାରିଛନ୍ତି । ତେବେ ସ୍ୱାସ୍ଥ୍ୟ ଉପରେ ଏହାର ସାଂଘାତିକ କୁପ୍ରଭାବ ପଡ଼ୁଥିବାରୁ ଭାରତ ସରକାର ଏହାକୁ ଦେଶରେ ବ୍ୟାନ୍ କରିଛନ୍ତି । ମାତ୍ର ନେପାଳ ଦେଇ ଏହାର ଚୋରା ଚାଲାଣ କରାଯାଇ ଭାରତ ବଜାରକୁ ଛଡ଼ାଯାଉଛି । ଭାରତର କେତେକ ଅସାଧୁ ବେପାରୀ ମଧ୍ୟ ଅଧିକ ଅର୍ଥ ଉପାର୍ଜନ ଲୋଭରେ ଶସ୍ତାମୂଲ୍ୟରେ ଏସବୁ ରସୁଣକୁ ବୃହତ୍ ପରିମାଣରେ କିଣି ଭାରତୀୟ ବଜାରରେ ପ୍ରବେଶ କରାଉଛନ୍ତି । ଏମାନଙ୍କ ଠାରୁ କ୍ଷୁଦ୍ର ବେପାରୀମାନେ ଏସବୁ ରସୁଣକୁ କିଣିନେଉଛନ୍ତି ଏବଂ ଅଧିକ ଦରରେ ବିକ୍ରି କରୁଛନ୍ତି ।
ଅନ୍ୟପକ୍ଷେ ମହାରାଜଗଞ୍ଜ ଅଞ୍ଚଳରେ ଚାଇନିଜ୍ ରସୁଣ ବିପୁଳ ପରିମାଣଣର ପହଞ୍ଚିଥିବା ସୂଚନା ପାଇ ତୁରନ୍ତ କଷ୍ଟମ ବିଭାଗ ଅଧିକାରୀ ତାହାକୁ ଜବତ କରିଥିଲେ । ଏହାପରେ ତାହାକୁ ନଷ୍ଟ କରିବାକୁ ଯାଇ ମାଟି ଖୋଳି ପୋତି ଦେଇଥିଲେ । କିନ୍ତୁ ଲୋକେ ମାଟି ଖୋଳି ଏସବୁ ଚାଇନିଜ ରସୁଣଗୁଡ଼ିକୁ ବୋହି ନେଇଥିଲେ । ଏନେଇ ପଚରାଯିବାରୁ ଏହାକୁ ସେମାନେ ଖାଇବାରେ ନୁହେଁ କିନ୍ତୁ ନିଜ ଜମିରେ ଖତ ଭାବ ବ୍ୟବହାର କରିବେ ବୋଲି କହିଥିଲେ । ସେହିପରି ଆଉ କିଛି ଲୋକେ ଅଭାବ ଅନାଟନ କାରଣରୁ ଏହାକୁ ଖାଦ୍ୟରେ ବ୍ୟବହାର କରିବେ ବୋଲି କହିଛନ୍ତି । ଏହି ରସୁଣ ଶରୀର ଉପରେ ଗଭୀର କୁପ୍ରଭାବ ପକାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଥିବା ସତ୍ତ୍ୱେ ଏହାକୁ କାହିଁକି ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଗଲାନି ବୋଲି ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking