24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

ତେଲେଙ୍ଗାନା: ୧୪ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନାର ଭଦ୍ରାଡି କାଟୋଗୁଡମର ଏସପିଙ୍କ ନିକଟରେ ୧୪ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓ ସଂଗଠନକୁ ଯୋଗାଇଥିବା ବନ୍ଧୁକ ହସ୍ତାନ୍ତର କରିବା ପରେ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଏସିଏମ୍ କ୍ୟାଡର ଏବଂ ଚାରି ଜଣ ଦଳୀୟ ସଦସ୍ୟ। ସମ୍ପ୍ରତି ଏପ୍ରିଲ ୨୯ ତାରିଖରେ, ଛତିଶଗଡ଼ରେ ୨୪ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଏହି ହାର୍ଡକୋର ମାଓବାଦୀମାନେ ପୂର୍ବ ବସ୍ତର ଡିଭିଜନର ଭୈରମଗଡ଼ ଅଞ୍ଚଳର ଥିଲେ।

ସେମାନଙ୍କ ନାମରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର ଏସପି ଜିତେନ୍ଦ୍ର ଚୌହାନ କହିଛନ୍ତି। ନିକଟରେ ଛତିଶଗଡ଼ରେ ନଅ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ନଅ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ।ରିପୋର୍ଟ ଅନୁସାରେ, ଦୁଇ ମହିଳା ମାଓବାଦୀଙ୍କ ସମେତ ନଅ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ନଅ ଜଣ ମାଓବାଦୀଙ୍କ ନାମରେ ମୋଟ ୪୩ ଲକ୍ଷ ଟଙ୍କା ପୁରସ୍କାର ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking