26.1 C
Bhubaneswar
Tuesday, December 23, 2025
Homeଓଡିଶା୧୪ କୋଟି ଠକେଇ: ଠକକୁ ଧରିଲା ଇଓଡବ୍ଲୁ

୧୪ କୋଟି ଠକେଇ: ଠକକୁ ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ୧୪ କୋଟି ଟଙ୍କାର ବଡ ଠକେଇ । ଠକକୁ ଧରିଲା ଅର୍ଥନୈତିକ ଅପରାଧ ଶାଖା ( ଇଓଡବ୍ଲୁ) । ଠକେଇ ଟଙ୍କାର ଅଭିଯୁକ୍ତ କିଣିଥିଲେ ଡିଜେ ଗାଡି । ଏକାଧିକ ଡିଜେ ଗାଡି, ୧୦ଟି ଦାମୀ ଗାଡି, ୧୪୪ ମୋବାଇଲ ଜବତ କରାଯାଇଛି । ଭଦ୍ରକର ଭଦ୍ରାଣୀ ଡିଜେ ମାଲିକ ରାମନାରାୟଣ ବଳ ଗିରଫ ହୋଇଛନ୍ତି । ପୂର୍ବରୁ ସିକ୍ୟୁରିଟି ସଂସ୍ଥାର ସେଲ୍ସ ମ୍ୟାନେଜର ଥିଲା ରାମନାରାୟଣ । ୯ ଜଣ ଗ୍ରାହକଙ୍କଠାରୁ କୋଟିକୋଟି ଟଙ୍କା ଠକିଥିଲେ । ବ୍ୟାଙ୍କ ଡିଜିଏମ୍‌ଙ୍କ ନକଲି ଦସ୍ତଖତ କରି ଠକେଇ ଅଭିଯୋଗ ପରେ ତଦନ୍ତ କରି ଗିରଫ କରିଛି ଇଓଡବ୍ଲୁ । ରାମନାରାୟଣ ନାଁରେ ରହିଛି ଆପରାଧିକ ମାମଲା । ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ମାମଲା ରହିଛି । ସୂଚନା ଅନୁଯାୟୀ, ରାମ ନାରାୟଣ ବଳଙ୍କୁ ୨୯ ଅକ୍ଟୋବର ୨୦୨୫ରେ ଇଓଡବ୍ଲୁ ଗିରଫ କରିଥିଲା । ତାଙ୍କୁ ଆଜି କଟକର ଓପିଆଇଡି ଆଇନ ଅନୁଯାୟୀ ମାନ୍ୟବର ଡେଜିନେଟେଡ୍ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking