22.1 C
Bhubaneswar
Friday, December 5, 2025
Homeଓଡିଶା୧୪ ଅପରାଧୀ ଗିରଫ: ଲୁଟ ଟଙ୍କା ଜବତ କଲା ପୋଲିସ

୧୪ ଅପରାଧୀ ଗିରଫ: ଲୁଟ ଟଙ୍କା ଜବତ କଲା ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ର ପାଣିକୋଇଲି ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ,14ଜଣ ଦୁର୍ଦାନ୍ତ ଡକାୟତ ଗିରଫକୁ ନେଇ ଦେଲେ ସୂଚନା l ଯାଜପୁର ପୋଲିସକୁ ବଡ ସଫଳତା,ନଗଦ ୬ ଲକ୍ଷ ଟଙ୍କା,୨୩୦ ଗ୍ରାମ ସୁନା,୨କେଜି ୫୦୦ଗ୍ରାମ ରୂପା ଶହ ଅନେକ ମାରଣା ଅସ୍ତ୍ର ଜବତ। ୩୦ ରୁ ଉର୍ଦ୍ଧ କେସ ରେ ସମୃକ୍ତି ଥିବା ୧୪ ଅଭିଯୁକ୍ତ ଗିରଫ। ଏହି ଅପରେସନ ରେ ଯାଜପୁର ପୋଲିସ୍ ସମେତ ପଡୋଶୀ ଜିଲ୍ଲା ର ୬ ଟି ଟିମ୍ ସାମିଲ ଥିବା ସୂଚନା। ଏ ନେଇ ଯାଜପୁର ପୋଲିସ ମୁଖ୍ୟାଳୟ ରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଏହି ଦୁର୍ଦାନ୍ତ ଡକାୟତ ମାନେ 3 ଜିଲ୍ଲା ରେ ଆତଙ୍କ ଖେଳାଇଥିଲେ l ବିଶେଷ ଭାବରେ ବିଳମ୍ବିତ ରାତିରେ ବିଭିନ୍ନ ଅଂଚଳରେ ଘରେ ପଶି ଡକାୟତ କରୁଥିଲେ ଏହି ଗ୍ରୁଫ l ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଜିଲ୍ଲାର ଧର୍ମଶାଳା,ବ୍ରହ୍ମବରଦା, କୁଆଖିଆ, ବାଲିଚନ୍ଦ୍ରପୁର ଓ ବଡ଼ଚଣା ଅଞ୍ଚଳ ରେ ଏହି ଟିମ ଦୀର୍ଘ 50ଦିନ ହେବ ଚଢ଼ାଉ କରୁଥିଲେ l ଏଥିସହିତ ଚଢ଼ାଉ କରି ଯାଜପୁର ଜିଲ୍ଲାରୁ 6 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 5ଜଣ ପୁରୀ ଅଂଚଳରୁ ଜଣେ ଓ କଟକ ଜିଲ୍ଲାରୁ ଦୁଇଜଣ ଦୁର୍ଦାନ୍ତ ଡକାୟତକୁ ଗିରଫ କରିଥିଲା ଏହି ଟିମରେ କୋରେଇ ପାଣି କୋଇଲି ଧର୍ମ ଶଳା ଥାନା ଅଧିକାରୀ ମାନେ ସାମିଲ ହୋଇ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking