14.1 C
Bhubaneswar
Sunday, December 14, 2025
Homeଓଡିଶାଝାରସୁଗୁଡାରେ କୋଲ ଇଣ୍ଡିଆର ୧୪ କୋଇଲା ଖଣି

ଝାରସୁଗୁଡାରେ କୋଲ ଇଣ୍ଡିଆର ୧୪ କୋଇଲା ଖଣି

ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲାରେ କୋଲ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ୧୪ଟି କୋଇଲା ଖଣିକୁ ନିଜ ଅଧିନରେ ରଖିଛନ୍ତି । ଏଥିରୁ ୮ଟି କୋଇଲା ଖଣିରେ ଖନନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଝାରସୁଗୁଡା ଜିଲ୍ଲାରେ କୋଇଲା ଖଣି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ କୋଲ ଇଣ୍ଡିଆ କର୍ତ୍ତୃକକ୍ଷ ଜିଲ୍ଲାରେ ୧୪ଟି କୋଇଲା ଖଣିକୁ ନିଜ ଅଧିନରେ ରଖିଥିବାବେଳେ ଏଥିରୁ ୮ଟି ଖଣିରେ ଖନନ କାର୍ଯ୍ୟ ଚାଲିଛି । ବୈଧାନିକ ଅନୁମତି ପତ୍ର ଅଭାବ ଯୋଗୁଁ ଅନ୍ୟ ୬ଟି ଖଣିରେ ଖନନ କାର୍ଯ୍ୟ ବନ୍ଦ ରହିଛି ।

ବର୍ତ୍ତମାନ ସୁଦ୍ଧା କୌଣସି ଖଣିରେ ଖନନ କାର୍ଯ୍ୟ ସରିନାହିଁ । ଏମସିଏଲ୍‍ ସୂଚନା ଅନୁଯାୟୀ ଖନନ ପରେ କେଉଁ କେଉଁ କୋଇଲା ଖଣିଗୁଡିକୁ ତାପଜ ବିଦ୍ୟୁତ୍‍ କେନ୍ଦ୍ରର ପାଉଁଶରେ ପୋତାଯାଇ ପାରିବ ତାହାର ଚିହ୍ନଟ କାର୍ଯ୍ୟ କୋଲ ଇଣ୍ଡିଆ କର୍ତ୍ତୃପକ୍ଷ ସିଏମପିଡିଆଇଏଲ୍‍ ଉପରେ ନ୍ୟସ୍ତ କରିଛନ୍ତି । ଖୋଲା ଖଣି ଗୁଡିକରୁ ଖନନ କାର୍ଯ୍ୟ ଶେଷ ହେଲାପରେ ଏଫଏମସିପି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁବନ୍ଧିତ ନିୟମ ଅନୁଯାୟୀ ସେଗୁଡିକୁ ପୋତାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking