ଭୁବନେଶ୍ୱର: ଗତ ୮ ମାସରେ ବିଭିନ୍ନ ଥାନାରେ ୧, ୩୫, ୦୭୪ଟି ମାମଲା ରହିଛି । ତାରା ବିହିନୀପତିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ୱାଧିକ ମାମଲା ରୁଜୁ ହୋଇଛି ।ସେପରି ଗତ ୮ ମାସରେ ନିଖୋଜ ହୋଇଛନ୍ତି ୨୦,୦୬୦ ଜଣ । ନିଖୋଜଙ୍କ ମଧ୍ୟରୁ ୭୦୪୮ ଜଣଙ୍କୁ ଖୋଜାଖୋଜି କରାଯାଇଛି । ଏବବେି ୧୩ ହଜାର ୧୨ ଜଣଙ୍କ ପତ୍ତା ମିଳୁନି । ଏନେଇ ବିଧାୟିକା ସୋଫିଆଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।୫ ବର୍ଷରେ ଆତ୍ମସମର୍ପଣ କରିଛନ୍ତି ୭୪ ନକ୍ସଲ । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ମୁଖ୍ୟସ୍ରୋତରେ ସାମିଲ ୫୦ ମାଓବାଦୀଙ୍କ ଥଇଥାନ ଖର୍ଚ୍ଚ ହୋଇଛି । ୧ କୋଟି ୪୯ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।