ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୩ ବର୍ଷୀୟ ନାବାଳିକା ଦୁଷ୍କର୍ମ ପୀଡିତା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଗୁଜୁରାଟ ହାଇକୋର୍ଟ ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେଇଥିଲେ ହେଁ ମେଡିକାଲ ଜଟିଳତା ପାଇଁ ନାବାଳିକା ଜଣକ ଛୁଆକୁ ଜନ୍ମ ଦେଇଛନ୍ତି । ଖବର ଅନୁସାରେ, ନାବାଳିକାକୁ ତାଙ୍କର ସମ୍ପର୍କୀୟ ଭାଇ ଏବଂ ତାଙ୍କ ସାଙ୍ଗ ମିଶି ବଳତ୍କାର କରିଥିଲା ।
ତେବେ ହାଇକୋର୍ଟରେ ଏହି ଖବର ଶୁଣାଣି ବେଳକୁ ଗର୍ଭବତୀ ୩୩ ସପ୍ତାହର ଗର୍ଭବତୀ ଥିଲେ । ତେବେ ଶୁଣାଣି ସମୟରେ ଗର୍ଭ ନଷ୍ଟ କରିପାରିବେ ବୋଲି ଗୁଜୁରାଟ ହାଇକୋର୍ଟ ଅନୁମତି ଦେଇଥିଲେ । ସେତେବେଳକୁ ଭୃଣରେ ପେଟରେ ବଡ ହୋଇଯାଇଥିବା ବେଳେ ଡାକ୍ତର ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ । ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ସେ ଅସ୍ତ୍ରପୋଚାର କରି ଛୁଆକୁ ଜନ୍ମ ଦେଇଥିଲେ । କହିରଖୁଛୁ କି, ୩୩ ସପ୍ତାହର ଗର୍ଭବତୀକୁ ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେବା ଏହା ପ୍ରଥମ ଘଟଣା ଅଟେ ।










