ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶାରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିବା ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ଏହି ଅବସରରେ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ହରଦୀପ ସିଂପୁରୀ, ଶ୍ରୀ ଜୁଏଲ ଓରାମ, ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ଏବଂ ଅନ୍ଯାନ୍ଯ ଅଧିକାରୀ ମାନେ ଉପସ୍ଥିତ ଥିଲେ
2–ମୋବାଇଲ ଫୋନ ହସ୍ତାନ୍ତର ମେଳା
ଆଜି ଭୁବନେଶ୍ୱର ଡିସିପି ଶ୍ରୀ ଜଗମୋହନ ମୀନା (ଆଇପିଏସ), ବାଣୀବିହାରସ୍ଥିତ ନିଜ କାର୍ଯ୍ୟ।ଳୟଠାରେ, ବିଭିନ୍ନ ଥାନା, ପିଓପିଡି, ଟିମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଉଦ୍ଧାର ହୋଇଥିବା ମୋଟ ୧୨୯ ଗୋଟି ଚୋରୀ/ଲୁଟ/ହଜି ଯାଇଥିବା ମୋବାଇଲ ଫୋନ ଗୁଡ଼ିକୁ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସେଗୁଡ଼ିକର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରିଥିଲେ । ହସ୍ତାନ୍ତର ହୋଇଥିବା ମୋବାଇଲ ଫୋନ ଗୁଡ଼ିକ ମଧ୍ୟରୁ ସର୍ବାଧିକ ୫୦ଟି ଫୋନ ଓସିପିଓ ସେଲ ଦ୍ଵାରା ଉଦ୍ଧାର କରାଯାଇଥିବା ବେଳେ, ପାହାଳ ଥାନା ୨୪ଟି, ଲିଙ୍ଗରାଜ ଥାନା ୨୪ଟି, ସହିଦନଗର ଥାନା ଓ ଧଉଳି ଥାନା ପ୍ରତ୍ୟେକ ୧୦ଟି ଲେଖାଏଁ ଫୋନ ଉଦ୍ଧାର କରିଥିଲେ । ଏହା ବ୍ୟତୀତ ଚନ୍ଦ୍ରଶେଖରପୁର ଥାନା ଓ ନନ୍ଦନକାନନ ଥାନା ଦ୍ୱାରା ପ୍ରତ୍ୟେକ ଦୁଇଟି ଲେଖାଏଁ ମୋବାଇଲ ଫୋନ ସହ ଦୁଇଟି ମୋଟରସାଇକେଲ ମଧ୍ୟ ଉଦ୍ଧାର କରାଯାଇଥିଲା ।
ଉଲ୍ଲେଖନୀୟ ଯେ, ଗତ ୨୦୨୪ ମସିହାରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଦ୍ଵାରା ମୋଟ ୧୧୫୩ ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ, ସେଥିମଧ୍ୟରୁ ୯୫୦ଟି ଫୋନ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତ ଦିଆଯାଇ ପାରିଥିଲା ।
3– ବାକି ଥିବା ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ
ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ମୋଟ ୧୩୦୦ ଟି ମାମଲାର ତଦନ୍ତ ସମ୍ପୂର୍ଣ କରି ତଦନ୍ତକାରୀ ଅଫିସରମାନେ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି । ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ମାମଲାର ବାକି ରହିଥିବା ତଦନ୍ତ ପ୍ରକ୍ରିୟା କୁ ତ୍ବରାନ୍ବିତ କରି, ପ୍ରତି ମାସରେ ପଞ୍ଜୀକୃତ ହେଉଥିବା ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ବ ମାମଲା ଠାରୁ ଅଧିକ ମାମଲା ର ତଦନ୍ତ ପକ୍ରିୟା ସାରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।
ପ୍ରତିଟି ଜୋନକୁ ଜଣେ ଲେଖାଏଁ ଆଡିସିନାଲ ଡିସିପିଙ୍କୁ ପରାମର୍ଶଦାତା ରଖି ପ୍ରତ୍ୟକ ତଦନ୍ତକାରୀ ଅଫିସର ଙ୍କ ପାଖରେ ବାକି ରହିଥିବା ତଦନ୍ତ ଗୁଡିକୁ ପରୀକ୍ଷା କରି କିଭଳି ତାହାର ତଦନ୍ତ ପ୍ରକ୍ରିୟା ସାରିବା ଉପରେ ଗୁରୁତ୍ବ ଦିଆଯାଉଛି । ଆହୁରି ମଧ୍ୟ ଡିସିପିଙ୍କ ଅଫିସରେ କାର୍ଯ୍ୟରତ ପ୍ରତ୍ଯେକ ଆଡିସିନାଲ ଡିସିପି, ଏସିପି ଓ ଇନ୍ସପେକ୍ଟର ମାନଙ୍କୁ ମେନ୍ଟର ହିସାବରେ ସବୁଠାରୁ ଅଧିକ ମାମଲା ର ତଦନ୍ତ ବାକି ରଖିଥିବା ପ୍ରାୟ ୧୫ ଟି ଲେଖାଏଁ ଅଫିସରଙ୍କର ମାମଲା ଗୁଡିକ ପରୀକ୍ଷା କରି ମାମଲା ଶେଷ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ମନ ଦିଆଯାଉଛି । ଏହି କ୍ରମରେ ଗତ ମାର୍ଚ୍ଚ ମାସରେ ବିଧାନସଭା ର ଅଧିବେଶନ ଚାଲିବା ସହିତ ଅନ୍ୟାନ୍ୟ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରି ମଧ୍ୟ, ୧୨୩୨ ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୩୦୦ ଟି ମାମଲାର ତଦନ୍ତ ଶେଷ କରାଯାଇଛି । ଆଗକୁ ପ୍ରତି ମାସରେ ୨୦୦୦ ରୁ ଅଧିକ ମାମଲା ତଦନ୍ତ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ସଂକ୍ରାନ୍ତରେ ଥାନା ଅଧିକାରୀ ଓ ତଦନ୍ତକାରୀ ଅଫିସର ମାନଙ୍କୁ କଡା ନିର୍ଦ୍ଦେଶ ମିଳିଛି ।
ଏହା ଦ୍ବାରା ଜନସାଧାରଣ ମାନେ ତ୍ଵରିତ ନ୍ୟାୟ ପାଇବା ସହ ତାଙ୍କର ମାମଲା ବିଷୟରେ ଜାଣିବା ପାଇଁ ଥାନାକୁ ଯିବାକୁ ପଡିବ ନାହିଁ । ଅନ୍ୟ ପକ୍ଷ ରେ ଥାନାରେ ଗଡ଼ୁଥିବା ପୁରୁଣା ମାମଲା ଗୁଡିକରେ ଅଭିଯୋଗ ଫଳ ଦାଖଲ ହେଲେ ଥାନା ମାନଙ୍କରେ ମାମଲାର ଚାପ କମିବାର ଆଶା କରାଯାଉଛି ।
ତଦନ୍ତକାରୀ ଅଫିସର୍ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର କାର୍ଯ୍ୟ ଦକ୍ଷତା ବଢେଇବା ପାଇଁ ଶ୍ରୀ ମୀନା ତଦନ୍ତକାରୀ ଅଫିସର୍ ମାନଙ୍କୁ ପୁରସ୍କାର ରାଶି ଓ ପ୍ରଶଂସା ପତ୍ର ବଣ୍ଟନ ବ୍ୟବସ୍ଥା କରିଛନ୍ତି । ଗତ ମାସରେ ସର୍ବାଧିକ ୨୭ଟି ମାମଲାର ତଦନ୍ତ ସାରି ନୟାପଲ୍ଲୀ ଥାନାର ସବ-ଇନ୍ସପେକ୍ଟର ଶ୍ରୀ ଶୁଭ୍ରାଂଶୁ ମହାପାତ୍ର ୧୦,୦୦୦ ଟଙ୍କା ପୁରସ୍କାର ରାଶି ଓ ପ୍ରଶଂସା ପତ୍ର ପାଇବା ସହ ୧୭ ଟି ମାମଲାର ତଦନ୍ତ ସାରି ଜଟଣୀ ଥାନାର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରମ୍ଭାବତି ବରୁଆ, ୧୭ ଟି ମାମଲାର ତଦନ୍ତ ସାରି ଜଟଣୀ ଥାନା ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏସ କେ ସବୀର ହୁସେନ୍ ଓ ନୟାପଲ୍ଲୀ ଥାନାର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଗଙ୍ଗାଧର ପ୍ରଧାନ ପ୍ରତ୍ୟେକ ୭,୫୦୦ ଟଙ୍କା ପୁରସ୍କାର ରାଶି ଓ ପ୍ରଶଂସା ପତ୍ର ପାଇଛନ୍ତି । ଏହି କ୍ରମରେ ୨୨ ଜଣଙ୍କୁ ୫,୦୦୦ ଟଙ୍କା ଓ ପ୍ରଶଂସା ପତ୍ର ଏବଂ ମୋଟ ୬୭ ଜଣଙ୍କୁ ପୁରସ୍କାର ରାଶି ମିଳିଛି ।
ଆଗକୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ବାକି ରହିଥିବା ମାମଲା ସଂଖ୍ୟାକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରକାଶ କରିଛନ୍ତି ।
4-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ ଆହ୍ୱାନ କ୍ରମେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ ଭଳି ମହାନ କାର୍ଯ୍ୟ ଉତ୍ସର୍ଗୀକୃତ ଭାବରେ କରିବାପାଇଁ ଯୁବପିଢ଼ିଙ୍କୁ ବାର୍ତା ଦେଇଥିଲେ .!
ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ Babu Singh , ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା, ମହାବିଦ୍ୟାଳୟର VC, ରେଜିଷ୍ଟର, ଛାତ୍ରୀମାନଙ୍କ ସମେତ ଆମ ଦଳର ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ l
5=ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଜି ଭୁବନେଶ୍ୱର ସ୍ଥିତ ଝାରପଡା ୱାର୍ଡ ନଂ-33 ଠାରେ “ଜଳଛତ୍ର” ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ !ଏହି ଅବସରରେ କର୍ପୋରେଟର ଶ୍ରୀମତୀ ଧରିତ୍ରୀ ଜେନା, ବିଜେପି ମଣ୍ଡଳ ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଜେନା ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ l