24.1 C
Bhubaneswar
Friday, February 13, 2026
Homeଓଡିଶାଏକାମ୍ର ହାଟରେ ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା ଆରମ୍ଭ

ଏକାମ୍ର ହାଟରେ ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା ଆରମ୍ଭ

ଭୁବନେଶ୍ୱର: ଏକାମ୍ର ହାଟରେ ଆରମ୍ଭ ହୋଇଛି ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା । ମେଳାରେ ମନ ଜିଣୁଛି ଭଳିକି ଭଳି ରେଡିଓ । ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଏବଂ ବୟନଶିଳ୍ପ ସଚିବ ଗୁହା ପୁନମ ତାପସ ଯୋଗ ଦେଇ ମେଳାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଆଉଟ ରିଚର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ସହ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ଏହା ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ଦେଶର ଏକମାତ୍ର ରେଡିଓ ମେଲା, ଯାହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମ ଫୋନ, ପ୍ରସାରଣ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ୱାକି- ଟକି ପ୍ରଦର୍ଶିତ ହେଉଛି । ବିଭିନ୍ନ ପ୍ରସିଦ୍ଧ ରେଡିଓ ଚ୍ୟାନେଲ ମଧ୍ୟ ନିଜର ଷ୍ଟଲ ମାଧ୍ୟମରେ ଦର୍ଶକଙ୍କ ସହ ଯୋଡି ହେଉଛନ୍ତି । ମେଳାରେ ରେଡିଓର ସ୍ମୃତି ତାଜା କରିବା ସହ ଫୁଡ କୋର୍ଟରେ ବିଭିନ୍ନ ଖାଦ୍ୟର ସ୍ୱାଦ ଚାଖୁଛନ୍ତି ରାଜଧାନୀବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking