21.1 C
Bhubaneswar
Saturday, February 7, 2026
Homeଓଡିଶାପଞ୍ଚମୁଖୀ ହନୁମାନଙ୍କ ୧୨ ତମ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ପଞ୍ଚମୁଖୀ ହନୁମାନଙ୍କ ୧୨ ତମ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର:  ଚଳିତ ବୈଶାଖ ମାସ ୧୮ ଦିନ ବ୍ୟାସନଗର ପୌର ପରିଷଦ ଧବଳଗିରି ସ୍ଥିତ ପଞ୍ଚମୁଖୀ ହନୁମାନଙ୍କର ୧୨ ତମ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଓ ବାର୍ଷିକ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରୀ ମହାଡମ୍ବରରେ ପାଳିତ ହୋଇଯାଇଛି | ଶୁକ୍ରବାର ଅଧିବାସ କରାଯାଇ ଶୁଭ କଳସ ସ୍ଥାପନ କରାଯାଇଥିଲା |ଶନିବାର ପ୍ରାତଃ ସମୟରୁ ମନ୍ଦିର ଶୋଧନ, ହନୁମାନ ଙ୍କର ମହାସ୍ନାନ କରାଯାଇ ନୂତନ ବସ୍ତ୍ର, ଅଳଙ୍କାର ଓ ପୁଷ୍ପରେ ସଜ୍ଜିତ କରାଯାଇଥିଲା | ପରେ ସୂର୍ଯ୍ୟପୂଜା, ଗୋ ପୂଜା, ଚଣ୍ଡୀ ପାଠ, ଯଜ୍ଞ ହୋମ କରାଯାଇ ରବିବାର ସାନ୍ଧ୍ୟରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା | କର୍ମଣୀ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ୱନି ଓ ଘଣ୍ଟ, ଶଙ୍ଖ ବାଦନରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଧବଳଗିରି। ର ଧବଳେଶ୍ୱର ଅନୁଷ୍ଠାନ ପକ୍ଷରୁ ଗୌର ହରି ଭକ୍ତଙ୍କ ଦ୍ୱାରା ସାନ୍ଧ୍ୟରେ ହରିନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ କରାଯାଇଥିଲା |

ଅଞ୍ଚଳର ବୋହୁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି, ଖବରଦାତା ଯୋଗଦେଇ ପଞ୍ଚମୁଖୀ ହନୁମାନଙ୍କ କୃପା ଲାଭ କରିଥିଲେ |ପୂଜାରେ ମୁଖ୍ୟ କର୍ତା ଭାବେ ସୁରେଷ ଚନ୍ଦ୍ର ଭାରତୀ, , ପ୍ରମୋଦ କୁମାର ରାଉତ, ଶ୍ରୀକାନ୍ତ ମହାନ୍ତି, ରାମେଶ୍ୱର ବିଶ୍ବାଳ, ବୁଟୁ ପୁହାଣ, ପୂଜକ ଅଭିରାମ ପଣ୍ଡା, ଓ ବିଶ୍ବନାଥ ପରିକ୍ଷା ବହୁ ଭକ୍ତଗଣ ମାନେ ସହଯୋଗ କରିଥିଲେ | କମିଟି ପକ୍ଷରୁ ତିନିହଜାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା | ସହରବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଥିଲା | ପଞ୍ଚମୁଖୀ ହନୁମାନଙ୍କ ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଭକ୍ତଙ୍କୁ କମିଟ୍ ପକ୍ଷରୁ ନିବେଦନ କରାଯାଇଥିଲା। ଉକ୍ତ ବିଶାଳ ଆଧ୍ୟାତ୍ମିକ ଅନୁଷ୍ଠାନରେ ଓଡ଼ିଶାର ବହୁ ସାଧୁ ସନ୍ଥ ବିଦ୍ବାନ ଓ ବୈଦିକ ପରମ୍ପରାରେ ପଣ୍ଡିତ ମାନଙ୍କ ଦ୍ଵାରା ସମ୍ପର୍ଣ୍ଣ ହୋଇଥିଲା। ଏହି ମହାନ ଅନୁଷ୍ଠାନରେ ଅକୁଣ୍ଠ ଚିତ୍ତରେ ସକ୍ରିୟ ଅଂଶ ଗ୍ରହଣ କରି ଭକ୍ତ ମାନେ ବିଭୁକୃପା ଲାଭ କରିଥିଲେ। ପଞ୍ଚ ମୁଖି ହନୁମାନ ଏକ ପାହାଡ ଉପରେ ବିରାଜ ମାନ କରନ୍ତି ପଞ୍ଚ ମୁଖୀ ହନୁମାନ ଙ୍କ ମହିମlଙ୍କ ମହିମା ଥିବାରୁ ଭକ୍ତ ମାନ ଙ୍କ ସମାଗମ ହୁଏ ଓ ଭକ୍ତ ମାନ ଙ୍କ ମନ କାମନା ପୂରଣ ହେଉନଥିବାରୁ ଏହି ପୀଠ ରେ ଭକ୍ତ ମାନ ଙ୍କ ଭିଡ଼ ହେଉଛି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking